– ୬ହଜାର କୋଟି ଟଙ୍କା ବ୍ୟୟ ଅଟକଳ
ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଭୂ-ଜଳ ଯୋଜନା (ଅଟଳ ଜଳ)ର କାର୍ଯ୍ୟାନ୍ୱୟନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହି ଯୋଜନା ପାଇଁ ମୋଟ ୬ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହା ୨୦୨୦-୨୧ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଲାଗୁ ହେବ ।
ଏହି ଯୋଜନାର ଉଦେ୍ଧଶ୍ୟ ହେଉଛି ୭ଟି ରାଜ୍ୟ- ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତର ପ୍ରଦେଶର ପ୍ରାଥମିକତା ଆଧାରରେ ଚିହ୍ନଟ କ୍ଷେତ୍ରରେ ଗୋÂୀ ଭାଗିଦାରୀ ମାଧ୍ୟମରେ ଭୂ-ଜଳ ପରିଚାଳନାରେ ସୁଧାର ଆଣିବା । ଏହି ଯୋଜନାର କାର୍ଯ୍ୟାନ୍ୱୟନ ଫଳରେ ଏସବୁ ରାଜ୍ୟର ୭୮ଟି ଜିଲ୍ଲାରେ ପାଖାପାଖି ୮୩୫୦ ଗ୍ରାମ ପଂଚାୟତକୁ ଲାଭ ମିଳିବ । ଅଟଳ ଜଳ ଗ୍ରାମ ପଂଚାୟତ ନେତୃତ୍ୱରେ ଭୂତଳ ଜଳ ପରିଚାଳନାକୁ ପ୍ରାଥମିକତା ଦେବା ସହିତ ବ୍ୟବହାର ପରିବର୍ତନକୁ ପ୍ରୋତ୍ସାହନ ଦେବ ।
୬ ହଜାର କୋଟି ଟଙ୍କାର ମୋଟ ବ୍ୟୟ ଅଟକଳର ୫୦ ପ୍ରତିଶତ ବିଶ୍ୱ ବ୍ୟାଙ୍କ ଋଣ ଆକାରରେ ସଂଗ୍ରହ କରାଯିବ ଯାହାକୁ କେନ୍ଦ୍ର ସରକାର ଭରଣା କରିବେ । ବାକି ୫୦ ପ୍ରତିଶତ ନିୟମିତ ବଜେଟ ସହାୟତାରୁ କେନ୍ଦ୍ରୀୟ ଅନୁଦାନ ଭାବେ ଉପଲବ୍ଧ କରାଯିବ । ବିଶ୍ୱ ବ୍ୟାଙ୍କର ସମ୍ପୂର୍ଣ୍ଣ ଋଣ ଉପାଦାନ ଏବଂ କେନ୍ଦ୍ରୀୟ ସହାୟତା ରାଜ୍ୟଗୁଡ଼ିକୁ ଅନୁଦାନ ଆକାରରେ ଦିଆଯିବ ।
ଏଥିରେ ରାଜ୍ୟରେ ସ୍ଥାୟୀ ଭୂତଳ ଜଳ ପରିଚାଳନା ଲାଗି ସଂସ୍ଥାଗତ ଦୃଢ଼ତା ଓ କ୍ଷମତା ନିର୍ମାଣ ଉପାଦାନ ଅର୍ନ୍ତଗତ ନେଟୱାର୍କ ଅନୁଧ୍ୟାନ ଏବଂ କ୍ଷମତା ନିର୍ମାଣରେ ସୁଧାର ତଥା ଜଳ ଉପଯୋଗକାରୀ ସଂଘକୁ ସୁଦୃଢ଼ କରିବା ଆଦି ସାମିଲ ରହିଛି । ଡାଟା ସମ୍ପ୍ରସାରଣ, ଜଳ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବା, ଯୋଜନା ସମନ୍ୱୟ ମାଧ୍ୟମରେ ପରିଚାଳନା ପ୍ରୟାସକୁ ଲାଗୁ କରିବା, ଉନ୍ନତ ଭୂତଳ ଜଳ ପରିଚାଳନା ପ୍ରକ୍ରିୟାର ଉପଲବ୍ଧି ନିମନ୍ତେ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ ।
ଏହା ଫଳରେ ବିଭିନ୍ନ ସ୍ତରରେ ହିତାଧିକାରୀଙ୍କ କ୍ଷମତା ନିର୍ମାଣ ତଥା ଭୂ-ଜଳ ଅନୁଧ୍ୟାନ ନେଟୱାର୍କରେ ସୁଧାର ଫଳରେ ଭୂତଳ ଜଳ ଡାଟା ସଂରକ୍ଷଣ, ବିନିମୟ, ବିଶ୍ଳେଷଣ ଓ ବିସ୍ତାରକୁ ପ୍ରୋତ୍ସାହନ ମିଳିବ । ଉନ୍ନତ ଡାଟାବେସ ଦ୍ୱାରା ଜଳ ପରିଚାଳନା ଏବଂ ପଂଚାୟତ ସ୍ତରରେ ଗୋÂୀ ନେତୃତ୍ୱାଧୀନ ଜଳସୁରକ୍ଷା ଯୋଜନାକୁ ପ୍ରସ୍ତୁତ କରିବା ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସମନ୍ୱୟ ମାଧ୍ୟମରେ ଜଳ ସୁରକ୍ଷା ଯୋଜନା ଲାଗୁ କରିବା, ଯାହାଦ୍ୱାରା ସ୍ଥାୟୀ ଭୂତଳ ଜଳ ପରିଚାଳନା ଲାଗି ପାଣ୍ଠିର ଯୁକ୍ତିଯୁକ୍ତ ଓ ପ୍ରଭାବୀ ଉପଯୋଗରେ ସହାୟତା ମିଳିବ ।
କ୍ଷୁଦ୍ର ଜଳସେଚନ, ଫସଲ ବିବିଧତା, ବିଦୁ୍ୟତ ଫିଡର ପୃଥକୀକରଣ ଉପରେ ଧ୍ୟାନ ଦେଇ ଭୂତଳ ଜଳ ସମ୍ବଳର ଉଚିତ ଉପଯୋଗ କରିବା ।