-
ବିରୋଧୀଙ୍କୁ କଲେ ଟାର୍ଗେଟ, କହିଲେ ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି
ଭୁବନେଶ୍ୱର, ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠାରୁ ବିଜେଡିର ଜନସଂପର୍କ ଯାତ୍ରା ଆରମ୍ଭ ହୋଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀ ଜୟନ୍ତୀ ଅବସରରେ ବଡଗଡରୁ ବିଜେଡି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପୁଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେବା ଭ୍ରମିତ କରିବା ଏବେ ସେମାନଙ୍କ କାମ ହୋଇଛି । ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନ ବିରୋଧୀ । ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିର କାର୍ଯ୍ୟ ରେ ବାଧା ଦେବାକୁ ବି ଚେଷ୍ଟା କରିଥିଲେ । ଲୋକେ ତାଙ୍କୁ କ୍ଷମତା ଦେବେନି । ମୁଁ କର୍ମୀ ମାନଙ୍କୁ ଅନୁରୋଧ କରୁଛି ବିକାଶର ବାର୍ତା କୁ ଘରେ ଘରେ ପହଞ୍ଚାଇବେ ।
ସେ କହିଛନ୍ତି ଯେ, ଆଜି ଠୁ ବିଜେଡିର ଯାତ୍ରା ଆରମ୍ଭ ହେଲା । ଏହି ଅବସରରେ ବାପୁଜିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛି । ଗାନ୍ଧିଜୀ ଆମ କୁ ସବୁବେଳେ ପ୍ରେରଣା ଦେଇ ଆସିଛନ୍ତି । ଗାନ୍ଧିଜୀ ଙ୍କ ତାଲିସମାନ ଆମକୁ ବାଟ ଦେଖାଇଛି । ବିଜୁ ଜନତା ଦଳ ଗରିବ, ମହିଳା,ଯୁବ, ଏସଏସଟିଙ୍କ ପାଇଁ କାମ କରୁଛି । ମହିଳା ସଶକ୍ତିକରଣ ଦିଗରେ ଆମେ କାମ କରୁଛୁ । ମହିଳା ଆଇନ ଆମ ବହୁଦିନ ର ଉଦ୍ୟମ ଥିଲା ତାହା ସଫଳ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗେମ ଚେଞ୍ଜର ହୋଇଛି । ସ୍କୁଲ ରୁପାନ୍ତରଣ, ଖାଦ୍ୟ ସୁରକ୍ଷା, କ୍ରୀଡା କ୍ଷେତ୍ରରେ ଓଡିଶା ଉଦାହରଣ ସାଜିଛି ବୋଲି ସେ କହିଛନ୍ତି ।