ସୁବର୍ଣ୍ଣପୁର, ଗତକାଲି ଜିଲ୍ଲା ପ୍ରଶାସନ, ସୁବର୍ଣ୍ଣପୁର ଏବଂ ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନୂତନ ଟାଉନ୍ ହଲ୍, ସୋନପୁର ଠାରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯୋଗ ଶିବିର, ସ୍ଵାସ୍ଥ୍ୟ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ଆୟୋଜନ କରାଯାଇଥିଲା।
ଜିଲ୍ଲାପାଳ, ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ସୁବର୍ଣ୍ଣପୁର କୁମୁଦିନୀ ମୁଦୁଲି, ଅତିରିକ୍ତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ରମେଶ ଚନ୍ଦ୍ର ସ୍ଵାଇଁ, ସଭାପତି, ବରିଷ୍ଠ ନାଗରିକ ସଂଘ, ସୋନପୁର, ଜ୍ୟୋତି ରଞ୍ଜନ ବହିଦାର, ସଭାପତି, ବରିଷ୍ଠ ନାଗରିକ ସଂଘ, ତରଭା, ଦେବେନ୍ଦ୍ର ବିଜୟ ସାହୁ, ବରିଷ୍ଠ ନାଗରିକ ସଂଘ, ବୀରମହାରାଜପୁରର ବରିଷ୍ଠ ସଭ୍ୟ, ଭୂଷଣ ପାତ୍ର ପ୍ରମୂଖ ଅତିଥି ଭାବରେ ଯୋଗଦେଇଥିଲେ।
ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ସ୍ତରରେ ଆୟୋଜିତ ବକ୍ତୃତା ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତ୍ୟେକ ବ୍ଲକ୍ ରୁ ୨ ଜଣ ଲେଖାଏଁ ତଥା ବରିଷ୍ଠ ନାଗରିକ ସଂଘ, ତରଭା, ସୋନପୁର ଏବଂ ବୀରମହାରାଜପୁରରୁ ୨ ଜଣ ବରିଷ୍ଠ ନାଗରିକଙ୍କୁ ସମାଜ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ସଭା ସଂଯୋଜନା କରିଥିଲେ। ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, କ୍ଷୀରୋଦ ଭୂଷଣ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ ଭୋଇ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।