ସୁବର୍ଣ୍ଣପୁର,ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ତାଲିମ କେନ୍ଦ୍ର ପ୍ରକୋଷ୍ଠରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଇନଚାର୍ଜ ଡା. ରମେଶ ଚନ୍ଦ୍ର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ବିଶ୍ଵ ବୟୋବୃଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ଦୁର୍ଗାଦତ୍ତ ଦାସ, ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜର, ଜାତୀୟ ସ୍ଵାସ୍ଥ୍ୟ ମିଶନର ଜିଲ୍ଲା ସଂଯୋଜକ ବିଶ୍ଵମ୍ବର ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ସହ ପରିଚାଳକ ଅଣସଂକ୍ରାମକ ରୋଗ ଗୀତାଞ୍ଜଳି ମେହେର ଓ ସହ ପରିଚାଳକ ଆଶା ତରଣୀସେନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ଅତିଥି ମାନେ ବିଶ୍ଵ ବୟୋବୃଦ୍ଧି ଦିବସ ଅବସରରେ ବୟୋବୃଦ୍ଧ ବ୍ୟକ୍ତି ମାନେ ଆମର ମାର୍ଗଦର୍ଶକ, ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା ସହିତ ପରିବାରର ସମସ୍ତ ସଦସ୍ୟଙ୍କ ସ୍ନେହ ମମତା ସେମାନଙ୍କୁ ସୁଖୀ ଓ ନିରୋଗୀ ରଖି ପାରିବ। ସରକାରୀ ଡାକ୍ତରଖାନା ମାନଙ୍କରେ ବାର୍ଦ୍ଧକ୍ୟଜନିତ ସ୍ଵାସ୍ଥ୍ୟ ସମସ୍ୟାର ଉପଚାର ନିମନ୍ତେ ପରୀକ୍ଷା, ନିଦାନ, ଚିକିତ୍ସା, ଯୋଗ ଓ ବ୍ୟାୟାମ ଆଦିର ବ୍ୟବସ୍ଥା ହୋଇଛି। ସନ୍ତୁଳିତ ଖାଦ୍ୟ, ଯଥେଷ୍ଟ ବିଶ୍ରାମ, ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା ଏବଂ ସାମାଜିକ ସୁସମ୍ପର୍କ ବୃଦ୍ଧାବସ୍ଥାଙ୍କ ମୁହଁରେ ହସ ଫୁଟାଇ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇପାରିବ।
ସଭାରେ ଏସବିଆଇ ବ୍ୟାଙ୍କ କର୍ମଚାରୀ ବୃନ୍ଦ, ସ୍ଵାସ୍ଥ୍ୟ ଅଧିକାରୀ ବୃନ୍ଦ, ବରିଷ୍ଠ ନାଗରିକ ସଂଘ ସୋନପୁର ସମ୍ପାଦକ ସହିତ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ, ଆଶା,ଏସ ଏଚ ଜି ଗ୍ରୁପ ର ସଭାପତି, ସମ୍ପାଦକ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।