ଭଦ୍ରକ – ସଂଗୀତର କୋମଳ ପରଶରେ ପଥର ପରି କଠିନ ହୃଦୟ ସୁବାସିତ ଫୁଲଟେ ହୋଇ ସରି ଯାଏ। ଭାରତବର୍ଷର ପ୍ରଖ୍ୟାତ ଶାସ୍ତ୍ରୀୟ ସଂଗୀତ ଗୁରୁ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ସ୍ବର୍ଗତ ଧନେଶ୍ବର ଦାସଙ୍କ ଶ୍ରାଦ୍ଧ ତଥା ସ୍ମୃତିଚାରଣ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଆଚାର୍ଯ୍ୟନଗର ସ୍ଥିତ ରତନ ଚାଟାର୍ଜୀଙ୍କ ବାସ ଭବନ ପରିସରରେ ଗୁରୁ କେଶବ ଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସ୍ମୃତିସଭାର ଉଦ୍ଘାଟକ ଭାବେ ସଂଗୀତକାର ମହେନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଭାବେ ଡ. ରାଧାରାଣୀ ମହାପାତ୍ର, ସମ୍ମାନନୀୟ ବକ୍ତା ଭାବେ ଛାତ୍ର ନାଟ୍ୟଶ୍ରୀ ନିର୍ମଳ ରାଉତ, ରାମ ନାରାୟଣ ମହାନ୍ତି େଯାଗ ଦେଇ ଗୁରୁଜୀଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ। ପ୍ରସାର ଭାରତୀର ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସଂଗୀତା ଦାସ ଓ ରଚିତା ଦାସଙ୍କ ଯୁଗଳବନ୍ଦୀ ତଥା ବେତାର ଶିଳ୍ପୀ ସସ୍ମିତା ଶତପଥି, ମୁମ୍ବାଇରୁ ଆସି େଯାଗ ଦେଇଥିବା କିଶୋର ବଂଶୀ ବାଦକ ରୋହନ ସିମାରିଆଙ୍କ ବଂଶୀବାଦନ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ତବଲା ଗୁରୁ ଗୟାଧର ଗୋଛାୟତ ତବଲା ସଂଗତ କରିଥିଲେ। ଅନ୍ୟ ଶିଳ୍ପୀମାନଙ୍କ ମଧ୍ଯରେ ବେହେଲା ବାଦକ ପଦ୍ମନାଭ ପଣ୍ଡା, କିଶୋର ଜେନା, ବିମଳ ଲୋଚନ ବାରିକ୍, ନିର୍ମଳ ସେଠୀ, ସୁନିଲ ପଣ୍ଡା, ଉପôଳ ଲୋଚନ ଚାନ୍ଦ, ନରୋମ ଜେନା, କବି ବିଶ୍ବମ୍ଭର ପଣ୍ଡା, ରଶ୍ମିତା ପଣ୍ଡା, ସବିତା ରାଣି ଦେ, ଅଞ୍ଜନା ଘୋଷ, ତନିଶା ବାନାର୍ଜୀ, ନିର୍ମଳ ରାୟ, ହରିହର ମହାପାତ୍ର, ମୋନାଲିସା ବିଶ୍ବାଳ, ସୁଶାନ୍ତି ଦ, ଭାରତୀ କର, ପ୍ରଫୁଲ୍ଲ ବେହେରା, ନମିତା ରାୟ, ବାବୁ ପଣ୍ଡା, ପ୍ରତାପ କିଶୋର ନାୟକଙ୍କ ସମେତ ବହୁ କଳାକାର, ଶିଳ୍ପୀ, େଯାଗ ଦେଇ ସ୍ମୃତିଚାରଣ କରିବା ସହିତ ଶୋକ ସଂଗୀତ ପରିବେଷଣ କରିଥିଲେ। ସରୋଜିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୁରୁ ରମାକାନ୍ତ ସାହୁ ଉତ୍ସବ ପରିଚାଳନା କରିଥିଲେ।
Related Stories
December 22, 2024