
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଦୀର୍ଘ ଦିନରୁ କେନ୍ଦ୍ର ରେ ମହିଳା ସଂରକ୍ଷଣ ପ୍ରସ୍ତାବ ଟି ଅଣଦେଖା ହେଇ ଆସୁଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ନାରୀ କୁ ସମ୍ମାନ ଦେବାକୁ ମନସ୍ଥ କରି ଚଳିତ ଅଧିବେଶନ ରେ ସାଂସଦ ରେ ୩୩% ମହିଳା ସରକ୍ଷଣ ବିଲ୍ ଟିକୁ ପାସ କରି ସମଗ୍ର ନାରୀ ସମାଜ କୁ ସମାନ ଅଧିକାର ଦେବାକୁ ଚେଷ୍ଟା କରିଛନ୍ତି। ସେଥିପାଇଁ ସନ୍ଧ୍ୟା ୬ଘଣ୍ଟିକା ସମୟ ରେ ସିଂହଦ୍ୱାର ସମ୍ମୁଖ ରେ ପୁରୀ ମହିଳା ମୋର୍ଚ୍ଚା ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଏବଂ ଖୁସୀ ରେ ଦୀପ ଦାନ ସହିତ ମିଠା ବଣ୍ଟନ କରିଥିଲେ। ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ର କାର୍ଯ୍ୟକାରୀଣି ସଦସ୍ୟା ଶ୍ରୀମତୀ ରଞ୍ଜିତା ପାଢ଼ୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନତ୍ରି ଜ୍ୟୋତି ମହାପାତ୍ର, ମଣ୍ଡଳ ସଭାନେତ୍ରୀ ଶ୍ରୀମତି ଅନିତା ପଟ୍ଟନାୟକ, ସୁନୀତା ମହାରଣା, ମନସ୍ୱନି ଚୌଧୁରୀ, ପ୍ରିୟଙ୍କା ମହାପାତ୍ର, କମଳିନୀ ମହାପାତ୍ର,ସବିତା ପୃଷ୍ଟି, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ପୁର୍ଣିମା ସାହୁ, ସବିତା ଆଚାର୍ଯ୍ୟ, ତୃପ୍ତି ବରାଳ , ମମତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।