କନ୍ଧମାଳ- କନ୍ଧମାଳ ଜିଲ୍ଲାରେ ବଡଦିନ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଏସପି ପ୍ରତୀକ୍ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ବିଗତ ଦିନରେ ହୋଇଥିବା ଅଘଟଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଥିବା ପୁଲିସ ଫୋର୍ସ ସମେତ ବାହାରୁ ଅଧିକା ୨୧ ପ୍ଲାଟୁନ ଫୋର୍ସ ମଗାଯାଇ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ମୁତୟନ କରାଯାଇଛି । ଏଥି ସହ ଜିିଲ୍ଲାରେ ଥିବା ସମସ୍ତ ପୁଲିସ ଅଧିକାରୀଙ୍କ ସମେତ ବାହାରୁ ଅଧିକା ୨୫ ପୁଲିସ ଅଧିକାରୀ ମଧ୍ୟ ଆସିଛନ୍ତି । ସେମାନଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ୱ ଦିଆଯାଇଛି । ସମସ୍ତ ଗୀର୍ଜା ନିକଟରେ ଫୋର୍ସ ମୁତୟନ ହୋଇଥିବା ସହ ମାଓ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଯାନବାହାନ ଯାଂଚକୁ କଡାକଡି କରାଯାଇଛି । ୨୪ ଘଂଟିଆ ପୁଲିସ ପାଟ୍ରୋଲିଂ କରାଯାଉଛି । ତେଣୁ କୌଣସି ପ୍ରକାର ସନେ୍ଦହ ନରଖି ଜିଲ୍ଲାବାସୀ ଆନ୍ଦ ଉଲ୍ଲାସର ସହ ବଡଦିନ ଉତ୍ସବ ପାଳନ କରିବାକୁ ଏସପି ଶ୍ରୀ ସିଂ ଆହ୍ୱାନ କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ
Related Stories
December 22, 2024