ଗଞ୍ଜାମ, ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ତୃତୀୟ) ରାଜକୁମାର ଦାସ ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ବିଚାରଣା କରି ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତି କରି କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ହେଲା ମୟୂରଭଞ୍ଜର ମନୋଜ କୁମାର ପାତ୍ର ।
୨୦୨୧ ମସିହାରେ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ପକଡିବନ୍ଧ ଛକ ସ୍ଥିତ ଜାତୀୟ ରାଜପଥରେ ଯାନବାହନ ଯାଂଚ୍ କରୁଥିବା ବେଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନ୍ କୁ ଅଟକାଇ ଯାଂଚ୍ କରିବାରୁ ସେଥିରୁ ୧୫୦ କେଜି ଗଞ୍ଜେଇ ମିଳିଥିଲା । ବେଆଇନ ଭାବେ ଏହି ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ଅଭିଯୋଗରେ ଗାଡିଚାଳକ ମନୋଜକୁ ଗିରଫ କରି ଏକ ମାମଲା ରୁଜ୍ଜୁ କରି କୋର୍ଟଚାଲାଣ କରାଯାଇଥିଲା । ଏହି ମାମଲାର ବିଚାରଣା ବେଳେ କୋର୍ଟରେ ୩ ଜଣଙ୍କ ସାକ୍ଷ୍ୟଗ୍ରହଣ କରାଯାଇଥିଲା ।