ବଲାଙ୍ଗିର, ରାଜବୈଦ୍ଯ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଆଦର୍ଶ ପଡା, ବଲାଙ୍ଗିରର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡ଼ା.ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ପଦ୍ମଶ୍ରୀ ଡଃ. ହଳଧର ନାଗ ମୁଖ୍ଯ ଅତିଥି, ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ ମୁଖ୍ୟବକ୍ତା, ନରେନ୍ଦ୍ର ନାଥ ମିଶ୍ର ସମ୍ମାନିତ ଅତିଥି, ଉପ-ସଭାପତି ବୈଦ୍ଯ ଶିରୋମଣି ଝସକେତନ ଗୁରୁ, ସମ୍ପାଦକ କବିଶ୍ରୀ ନବକିଶୋର ବେହେରା ମଞ୍ଚାସୀନ ଥିଲେ। ସମାଜରେ ସ୍ବାସ୍ଥ୍ୟ, ଶିକ୍ଷା, ସାହିତ୍ୟ, କଳା ଏବଂ ଜଙ୍ଗଲ ଓ ପରିବେଶ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଡ଼ା.ଲଳିତ କୁମାର ସାହୁ, କ୍ଷମାନିଧି ଝାଙ୍କର, କବି ଆନନ୍ଦ ଚନ୍ଦ୍ର ସାହୁ, ଅଜୟ ଅମର ସିଂହଦେଓ ଏବଂ ଡା.ବିଭୁତି ଭୂଷଣ ମୁଣ୍ଡଙ୍କୁ ଅନୁଷ୍ଠାନର ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼.ହଳଧର ନାଗଙ୍କୁ ମାନପତ୍ର ସହିତ ଉପଢୌକନ ପ୍ରଦାନ କରାଯାଇଥିଲା।
ସମ୍ପାଦକ କବିଶ୍ରୀ ନବକିଶୋର ବେହେରା ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା, ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡ. କୈ।ତୁକ ପନ୍ଦର କଳାହାଣ୍ଡି ମଦନପୁର ରାମପୁରର ଇତିହାସ ଉପରେ ସମ୍ୟକ୍ ଆଲୋଚନା କରିଥିଲେ। କବିରାଜ ଭୋଇ, ଶିବାନନ୍ଦ ଦାସ, ନମ୍ରତା ପାଣିଗ୍ରାହୀ, ପ୍ରାଣ ପ୍ରକାଶ ଦାସ, ରମାକାନ୍ତ ସାହୁ, ରୋଶନ କୁମାର ଶତପଥୀ, ସତ୍ୟାନନ୍ଦ ବିଶ୍ବାଳ ସହଯୋଗ କରିଥିବା ବେଳେ ଅମର ଅଜୟ ସିଂହ ଦେଓ ଓ ସାଥି ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ନୂଆଁଖାଇ ଭେଟ୍ ଘାଟ୍ ମାଧ୍ୟମରେ ପରିଷଦ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଚୟନ କରି ସମ୍ମାନିତ କରୁଥିବାରୁ ଅତିଥି ମାନେ ଭୂୟସୀ ପ୍ରଶଂସା କରି ଥିଲେ।