ଖୋର୍ଦ୍ଧା, ରବିବାର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ ନକଲି ମଦ କାରବାରରେ ବ୍ୟବହୃତ ଏକ ଯାତ୍ରୀବାହି ଅଟୋକୁ ଜବତ କରାଯାଇଛି। ଏଥିରେ ସଂପୃକ୍ତ ବାଣପୁର ଥାନା ଅନ୍ତର୍ଗତ ଅଙ୍ଗାରଗାଁ ବୋରିଆ ସାହି ଅଞ୍ଚଳର ତ୍ରିନାଥ ବିଶ୍ଵାଳ (୩୩)ଙ୍କୁ ଗିରଫ କରିଛି।
ଅବକାରୀ ବିଭାଗ ସୂଚନା ଅନୁଯାୟୀ, ତ୍ରିନାଥ ଦୀର୍ଘ ଦିନ ଧରି ବାଣପୁର ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର କରୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରେ ୩୬ ଲିଟର ନକଲି ବିଦେଶୀ ମଦ ଭର୍ତ୍ତି ଅଟୋ ସହ ତ୍ରିନାଥକୁ ମାଡି ବସିଥିଲେ। ତେବେ ନକଲି ମଦ ବେପାରୀ ଉପରେ ଅବକାରୀ ବିଭାଗ ପୂର୍ବରୁ ନଜର ରଖିଥିଲା। ମାତ୍ର ଆଜି ଚଢ଼ଉ କରି ଗିରଫ କରିଛି।ତେବେ ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।
ଏହି ଚଢ଼ଉରେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ, ଟାଙ୍ଗୀ ରେଞ୍ଜ ଓ ବାଲୁଗାଁ ଅବକାରୀ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।