
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଗୋପବନ୍ଧୁ ସେବା ପରିଷଦ, କମ୍ୟୁନିଟୀ ଆକ୍ସନ କୋଲାବ ଓ ଵୃତ୍ତି ସଂସ୍ଥା ର ମିଳିତ ଆନକୂଲ୍ୟରେ ପେଣ୍ଠାକୋଟା ର ମହିଳା ମତ୍ସ୍ୟଜୀବୀ ଙ୍କୁ ନେଇ ପେଣ୍ଠକଟା ବାତ୍ୟା ଆଶ୍ରୟ ସ୍ଥଳୀରେ ମହିଳା ଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ବରଫ ପେଟି ବଣ୍ଟନ କରାଯାଇଥିଲା ।୭୫ ଜଣ ବିଧବା ମହିଳା ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ସେମାନଙ୍କ ବ୍ୟବସାୟ ରେ ହେଉଥିବା କ୍ଷତିକୁ ସାହାଯ୍ୟ କରିବା ସହ ସେମାନଙ୍କ ଆର୍ଥିକ ଅଵସ୍ଥା କୁ ସୁଦୃଢ କରିବ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମତ୍ସ୍ୟଜୀବୀ କାର୍ଯ୍ୟାଳୟ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଜୟନ୍ତ କୁମାର ସାହୁ,ଅତିରିକ୍ତ ମତ୍ସ୍ୟ ଅଧିକାରୀ ଅମ୍ରିତା ପ୍ରଧାନ, ନେହେରୁ ଯୁବ କେନ୍ଦ୍ରର ଜୟ ଶଙ୍କର ଯୋଷୀ, ଓରମାସ ର ଉପେନ୍ଦ୍ର ବେହେରା ,ଗୋପବନ୍ଧୁ ସେବା ପରିଷଦ ର ନିର୍ଦେଶକ ପ୍ରଦୀପ କୁମାର ମହାରଣା , ଜିଲ୍ଲା ସଂଯୋଜିକା ଏଲିନା ମିଶ୍ର , ମତ୍ସ୍ୟଜୀବୀ ସମ୍ପ୍ରଦାୟର ଯୁବ ସମାଜ ସେବୀ ନାଗେଶ୍ଵର ରାଓ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ ।ଗୋପବନ୍ଧୁ ସେବା ପରିଷଦ ର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।