ମାଲକାନଗିରି, ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପାଇଁ ଦୀର୍ଘ ୧୨ ବର୍ଷ ଧରି ସକ୍ରିୟ କର୍ମୀ ଭାବେ କାମ କରୁଥିବା କାଲିମେଳା ବ୍ଳକ ମାଲାଭରମ ପଞ୍ଚାୟତ ର ରାମାୟା ଅଚରିୟାଙ୍କ ଆଜି ତାଙ୍କ ବାସଭବନରେ ମୃତ୍ୟୁ ହୋଇଛି। ସେ କିଛି ଦିନ ହେଲା ଡେଙ୍ଗୁ ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ କିନ୍ତୁ ଆଜି ତାଙ୍କର ଦେହାନ୍ତ ହୋଇଥିଲା । ଏହି ଖବର ଜାଣିବା ପରେ ବିଜୁ ଜନତା ଦଳର ବ୍ଲକ୍ କାର୍ଯ୍ୟକାରୀ ସଭାପତି ବିଶ୍ଵନାଥ ରେଡ୍ଡୀ ଏବଂ ଆଖପାଖ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ବିଜେଡ଼ିର କର୍ମୀ ମାନେ ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସାନ୍ତନା ଜଣାଇବା ସହ ତାଙ୍କ ମୃତ ଶରୀରକୁ ସମ୍ମାନର ସହ ଦାହ କରିଥିଲେ।
Related Stories
September 20, 2024
September 20, 2024