ବଲାଙ୍ଗିର, ଏମଏସଏମଇ ବିଭାଗ ଅଧୀନରେ ଷ୍ଟାର୍ଟଅପ୍ ଓଡିଶା ରହିଛି। ରାଜ୍ୟରେ ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ଇକୋସିଷ୍ଟମ୍ ନିର୍ମାଣ ପାଇଁ ନୋଡାଲ୍ ଏଜେନ୍ସି ଭାବରେ ଓଡିଶାର ଷ୍ଟାର୍ଟଅପ୍ ପଲିସି ୨୦୧୬ ରେ ଷ୍ଟାର୍ଟଅପ୍ ଓଡିଶା ଆରମ୍ଭ ହୋଇଥିଲା।
ଜେ ଏସ୍ ଏମ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ ଗତକାଲି “ଷ୍ଟାର୍ଟ ଅପ୍ ଓଡିଶା ଯାତ୍ରା ଏବଂ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ୍ ୨୦୨୩” କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ଷ୍ଟାର୍ଟଅପ୍ ଓଡିଶାର ବିଖିଆତ୍ ସେନାପତି ମନୋରଞ୍ଜନ୍ ସାହୁ, କଲେଜ ଅଧ୍ୟକ୍ଷ ସି.ଏ. ଶ୍ରୀକନ୍ତ ଶର୍ମା, ପ୍ରଧାନ ଶିକ୍ଷୟତ୍ରୀ ମୋନିକା ଜେସୱାଲ ମାନ୍ୟଗନ୍ୟ ଅତିଥି ଗଣ ଉପସ୍ଥିତ ଥିଲେ ।
ଏହି ଇଭେଣ୍ଟ କଲେଜର ଛାତ୍ରମାନଙ୍କ ପାଇଁ ସେମାନଙ୍କର ଅଭିନବ ଚିନ୍ତାଧାରା ପ୍ରଦର୍ଶନ କରିବାକୁ ଏକ ଚମତ୍କାର ପ୍ଲାଟଫର୍ମ ଯୋଗାଇଲା। ଅନେକ ଛାତ୍ରଛାତ୍ରୀମାନେ ଅଭିନବ ଚିନ୍ତାଧାରା ଗୁଡିକ ପ୍ରଦର୍ଶନ କରିଥିଲେ ଓ ଉଲ୍ଲେଖନୀୟ ଉପସ୍ଥାପନା ମଧ୍ୟରେ ମୋହିତ ଅଗ୍ରୱାଲ, ରାଘବ ଅଗ୍ରୱାଲ ଏବଂ ସୁନୀଲ ମେହେରଙ୍କ ଦ୍ଵାରା ପ୍ରସ୍ତାବିତ “ଇକୋ ସୋଲାର ଚାର୍ଜର ଇଭିଏମ୍” ଧାରଣା ଷ୍ଟାର୍ଟ ଅପ୍ ଓଡିଶା ନିମନ୍ତେ ଏକ ପ୍ରେରଣାଦାୟକ ଏବଂ ପ୍ରଭାବଶାଳୀ ଥିଲା।