
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ବିଶ୍ୱ ବୁଦ୍ଧିଜୀବୀ ସଂଗଠନ (ରେନ୍ନସା ୟୁନିଭର୍ସାଲ ) ଓଡ଼ିଶା ଶାଖା ତରଫରୁ ଏକ ଆଧ୍ୟାତ୍ମିକ ଓ ତତ୍ତ୍ବିଭିତ୍ତିକ ଆଲୋଚନା ଚକ୍ର ପୁରୀ ସ୍ଥିତ ବୃନ୍ଦାବତୀ ଯାତ୍ରୀନିବାସ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି |
ବିଖ୍ୟାତ ଋଷି ଦାର୍ଶନିକ ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ଆନନ୍ଦମୂର୍ତ୍ତିଙ୍କ ମାନବତାର କଲ୍ୟାଣ ପାଇଁ ପ୍ରଦତ୍ତ ବହୁମୁଖୀ, ପୂର୍ଣ୍ଣାଙ୍ଗ ବିଚାରଧାରା ଏବଂ ବହୁବିଧ ସମାଜସେବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଆଦିତ୍ୟ ମହାନ୍ତି ବିସ୍ତୃତ ଭାବେ ଆଲୋକପାତ କରିଥିଲେ | କିଭିଳି ଆଧ୍ୟାତ୍ମିକ ମାର୍ଗରେ ନିଜର ଜୀବନ ଅତିବାହିତ କରିବେ ଏବଂ ସମାଜର ମଙ୍ଗଳ ସାଧିତ ହୋଇପାରିବ ତାହା ଉପରେ ନିଜର ଦର୍ଶନତମାକ ଦିଗଦର୍ଶନ ପ୍ରଦାନ କରିଥିଲେ।
ଓଡ଼ିଶାର ପୂର୍ବତନ ମୁଖ୍ୟ ସୂଚନା ଆୟୁକ୍ତ ତଥା ବିଶିଷ୍ଟ ସମାଜସେବୀ ଜଗଦାନନ୍ଦଙ୍କ ସଭାପତୀତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଶ୍ୱ ଆଧ୍ୟାତ୍ମିକ ଓ ସମାଜସେବା ସଂଗଠନ “ଆନନ୍ଦମାର୍ଗ”ର ମହାସଚିବ ଆଚାର୍ଯ୍ୟ ସୂତୀର୍ଥାନନ୍ଦ ଅବଧୂତ ଏବଂ ଅନ୍ୟତମ କେନ୍ଦ୍ରୀୟ ସଚିବ ଆଚାର୍ଯ୍ୟ ପ୍ରିୟ କୃଷ୍ଣାନନ୍ଦ ଅବଧୂତ ମାନବ କଲ୍ୟାଣ ପାଇଁ ଆନନ୍ଦମୂର୍ତ୍ତିଙ୍କ ବିଶେଷ ଅବଦାନ ମଧ୍ୟରୁ “ନବ୍ୟ ମାନବତାବାଦ ‘ପ୍ରାଉଟ’ ସମ୍ପର୍କରେ ବିସ୍ତୃତ ମତାମତ ରଖିଥିଲେ |
ସାମ୍ପ୍ରତିକ ଅବକ୍ଷୟମୁଖୀ ମନୁଷ୍ୟ ଏବଂ ସମାଜକୁ ଏକ ନୂତନ ଦିଗଦର୍ଶନ ଧାରାରେ ରୂପାନ୍ତରିତ କରିବାପାଇଁ ଆନନ୍ଦମୂର୍ତ୍ତିଙ୍କ ପ୍ରଣିତ ପୂର୍ଣ୍ଣାଙ୍ଗ ବିକଳ୍ପର ସଫଳ ରୂପାୟନ ଆବଶ୍ୟକ ଅଛି ବୋଲି ସମୁହ ମତ ପ୍ରକାଶ କରିଥିଲେ | ସିଲିକନ ବୈଷୟିକ ମହାବିଦ୍ୟାଳୟର ନିର୍ଦେଶକ ନିତାଇ ଗୌର ଧଳ ଆଜିର ଆଲୋଚନା ଚକ୍ରକୁ ସଂଯୋଜିତ କରିଥିବା ବେଳେ ରେନ୍ନସା ୟୁନିଭର୍ସାଲ ପୁରୀ ଶାଖାର ସଂଯୋଜକ ସନ୍ତୋଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ସୂଚନାଯୋଗ୍ୟ ଆନନ୍ଦ ମାର୍ଗ ତରଫରୁ ଆସନ୍ତା ୩0ସେପ୍ଟେମ୍ବର ଓ ୧ଅକ୍ଟୋବର ୨ ଦିନଧରି ଏକ ଧର୍ମ ମହାସମ୍ମିଳନୀ ଏହିଠାରେ ଆୟୋଜିତ ହେଉଅଛି | ଏକ ଈଶ୍ୱର, ଏକ ଧର୍ମ, ଏକ ଜାତି, ଏକ ବିଶ୍ୱ ପରିବାର, ଏକ ଅଖଣ୍ଡ ମାନବ ସମାଜ ପ୍ରସଙ୍ଗକୁ ଭିତ୍ତିକରି ଏହି ଧର୍ମ ମହାସମ୍ମିଳନୀରେ ସମଗ୍ର ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ ସନ୍ୟାସୀ, ସାନ୍ୟାସିନୀ ସମେତ ୨ହଜାର ଆଧ୍ୟାତ୍ମିକ ସାଧକ ସାଧିକା ଯୋଗ ଦେଇଛନ୍ତି |