
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଗୋବର୍ଦ୍ଧନ ମଠର ମଠାଧିଶ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ଚତୁର୍ମାଷ ବ୍ରତ ସମ୍ପୂର୍ଣ୍ଣ କରି ପରମ୍ପରା ଅନୁଯାୟୀ ସୀମା ଲଂଘନ ନୀତି ଅନୁସାରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପତିତପାବନ ଭଗବାନଙ୍କ ଦର୍ଶନ କରି ମଠକୁ ଫେରିଛନ୍ତି |ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସ୍ୱାଗତ କରିଥିଲେ |ଦର୍ଶନ ସମୟରେ ଜଗତଗୁରୁଙ୍କ ନିଜ ସଚିବ ସ୍ୱାମୀ ନିବି କଳ୍ପନାନନ୍ଦ ସରସ୍ବତୀ ଙ୍କ ସମେତ ଅନ୍ୟ ସାଧୁସନ୍ଥ ମାନେ ଉପସ୍ଥିତ ଥିଲେ |