
ବଲାଙ୍ଗିର, ଅକ୍ଟୋବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଧାର୍ଯ୍ୟ ହୋଇଛି । ସୂଚୀ ଅନୁସାରେ, ଅକ୍ଟୋବର ମାସ ୩ ତାରିଖ ମଙ୍ଗଳବାର ସକାଳ ୧୦ଟା ୩୦ ମିନିଟ ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ ପୁରୁଣା ସମ୍ମିଳନୀ କକ୍ଷ ଠାରେ, ୯ ତାରିଖ ସୋମବାର ସକାଳ ୧୦ଟା ୩୦ ମିନିଟରେ ପୁଇନ୍ତଳା ବ୍ଲକ କାର୍ଯ୍ୟ।ଳୟ ଠାରେ, ୧୬ ତାରିଖ ସୋମବାର ସକାଳ ୧୦ଟା ୩୦ ମିନିଟରେ ଦେଓଗାଁ ବ୍ଲକ କାର୍ଯ୍ୟ।ଳୟ ଠାରେ, ୩୦ ତାରିଖ ସୋମବାର ସକାଳ ୧୦ଟା ୩୦ ମିନିଟରେ ବେଲପଡା ବ୍ଲକ କାର୍ଯ୍ୟ।ଳୟ ଠାରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁଷ୍ଠିତ ହେବ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ସେମାନଙ୍କର ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟାମୂଳକ ଅଭିଯୋଗ ଜଣାଇପାରିବେ । ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରି ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ । ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଏହି ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ନିଜର ଅଭିଯୋଗ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।