
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆଶ୍ବସ୍ତି ଫାଉଂଡେସନ ଟ୍ରଷ୍ଟର କର୍ମକର୍ତା ମାନେ ପର୍ଯ୍ୟଟକ ମାନଙ୍କୁ ପୁଷ୍ପ ଦେଇ ଖୁବ ସୁନ୍ଦର ଏବଂ ଶୃଙ୍ଖଳିତ ଭାବେ ଏହି ଦିବସ କୁ ପାଳନ କରିଛନ୍ତି l ହଜାରରୁ ଅଧିକ ଭକ୍ତ ଓ ଆଗନ୍ତୁକ ଯାତ୍ରୀ ମାନଙ୍କୁ ସଂଘର କର୍ମକର୍ତାମାନେ ଜୟ ଜଗନ୍ନାଥ ଧ୍ୱନିରେ ସଭିଙ୍କୁ ପ୍ରଣାମ ଜଣାଇ ପର୍ଯ୍ୟଟକମାନଙ୍କୁ ଅତିଥି ସତ୍କାର କରିଥିଲେ l ଅତିଥି ଦେବୋ ଭବ ବାକ୍ୟର ପୁର୍ଣ ପରାକାଷ୍ଠା ସଂଘର କର୍ମକର୍ତା ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା l
ଏହି କାର୍ଯ୍ୟକ୍ରମରେ ଓଡିଶା ପୋଲିସ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଘନଶ୍ୟାମ ହେମ୍ବ୍ରମ୍ , ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ, ସୁଆର ମହାସୁଆର ନିଯୋଗର ସଭାପତି ପଦ୍ମନାଭ ସୁଆର ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ପର୍ଯ୍ୟଟକ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟରେ ଅନୁଷ୍ଠାନର ସଭାପତି ଆଇନଜୀବୀ ଦୀପକ ପଣ୍ଡାଙ୍କ ତତ୍ୱାବଧାନରେ ରାଜଶ୍ରୀ କହ୍ନର, ଆଶୁତୋଷ ମିଶ୍ର, ସଂଘମିତ୍ରା ପଣ୍ଡା, ମୋନାଲିସା ଶ୍ରୀଚନ୍ଦନ, ଡାକ୍ତର ଆଶୁତୋଷ ପତି, ହେମନ୍ତ ସାହୁ, ମାନସ ଦାଶ, ସୁରେନ୍ଦ୍ର ମହାପାତ୍ର ଏବଂ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପାପାଲି ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ l