ଭୁବନେଶ୍ୱର- ପିଲାଙ୍କ ସାହିତ୍ୟ ସ୍ରଷ୍ଟା ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ନାମରେ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ଚେୟାର ପ୍ରତିÂା କରିବା ପାଇଁ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।
ସନ୍ଧ୍ୟାରେ ଅନୁÂିତ ପ୍ରବୀଣ ପିଲାଙ୍କ ସାହିତ୍ୟ ସ୍ରଷ୍ଟା ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ମୃତୁ୍ୟ ବାର୍ଷିକୀରେ ଶିଶୁକିଶୋର ପତି୍ରକା ଝୁମୁକା ପକ୍ଷରୁ ଏହାର ୩୩ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ପ୍ରଥମ ଉପେନ୍ଦ୍ର ତ୍ରିପାଠୀ ସ୍ମାରକୀ ବକ୍ତୃତାମାଳାର ଶିଶୁସାହିତ୍ୟ ବନାମ ଶିକ୍ଷାସାହିତ୍ୟ ଶୀର୍ଷକ ସମ୍ମାନରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତ ନିର୍ବାଚନ କମିଶନର ପୂର୍ବତନ ଉପଦେଷ୍ଟା ପ୍ରଫେସର ଡ. ଭଗବାନ ପ୍ରକାଶ କହିଲେ ପିଲାଙ୍କ ଶିକ୍ଷା ପାଇଁ ଶିଶୁ ସାହିତ୍ୟର ପ୍ରଭାବଶାଳୀ ଭୂମିକା ରହିଛି, ଯାହା ପରବର୍ତୀ କାଳରେ ସମାଜରେ ସୁଧାର ଆଣି ପାରିବ । ଏ ଦୃଷ୍ଟିରୁ ସୁବୋଧ୍ୟ ଭାଷା ଓ ଶୈଳୀରେ ଲିଖିତ ମନୋରଂଜନ ଧର୍ମୀ ଗପ, କବିତା ଓ ଅନ୍ୟାନ୍ୟ ଉପଯୋଗୀ ଲେଖା ଜାତୀୟକରଣ ପୁସ୍ତକରେ ସ୍ଥାନ ପାଇବା ଜରୁରୀ । ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରି ବିଶିଷ୍ଟ କଥାଶିଳ୍ପୀ ଶିକ୍ଷାବିତ୍ ଦାଶ ବେନହୁର ଓ ଝୁମୁକା ସମ୍ପାଦକ ମାନସ ରଂଜନ ସାମଲ ଆଲୋଚନାରେ ଅଂଶଗ୍ରହଣ କରି ସାହିତ୍ୟ ପିଲାଙ୍କ ମଧ୍ୟରେ ସମ୍ବେଦନା ସୃଷ୍ଟି କରିପାରିଲେ ବାସ୍ତବ ଅର୍ଥରେ ଆଦର୍ଶ ଓ ସଂସ୍କାରଧର୍ମୀ ସମାଜ ପ୍ରତିÂା ହୋଇପାରିବ ବୋଲି ମତ ଦେଇଥିଲେ ।
ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ସାହିତି୍ୟକ ଚିତରଂଜନ ପଟ୍ଟନାୟକ, ଶୁଭଶ୍ରୀ ନନ୍ଦ ଓ ଅରୁଣ କୁମାର ପଣ୍ଡାଙ୍କୁ ୨୦୧୯ ମସିହା ଲାଗି ଝୁମୁକା ପୁରସ୍କାର ଦିଆାଯାଇଥିଲା ସମାରୋହରେ ଝୁମୁକାର ନୂତନ ସଂଖ୍ୟା ସହ ବରିÂ ପ୍ରଶାସକ ମହେନ୍ଦ୍ର କୁମାର ମଲ୍ଳିକଙ୍କ ଗୀତ ଝଡ଼କା ଓ ସଂଗ୍ରାମ କେଶରୀ ପୃଷ୍ଟିଙକ ଫେରିଆ ମୋ ସୁନା ଚଢେ଼ଇ କବିତା ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଚଳଚ୍ଚିତ୍ର ତଥା ଦୂରଦର୍ଶନ ଅଭିନେତ୍ରୀ ରାକ୍ଷୀ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପରିଚାଳନା ସମ୍ପାଦିକା ସୁଜାତା ଦାସ ସଭା ପରିଚାଳନା କରିଥିବା ବେଳେ ଚମକ ଚାନ୍ଦିନୀ ଦାସ ମାନପତ୍ର ପାଠ କରିଥିଲେ ।