
-
ଟେକ୍ନୋଲୋଜି ଏବଂ ଇନୋଭେସନ ଆମ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ -ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ଲୋଲୋଜି କମ୍ପାନୀ ଆଇବିଏମ ମଧ୍ୟରେ ୮ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ ସ୍କିଲିଂ ଏବଂ ଉଭା ହେଉଥିବା ସ୍କିଲିଂକୁ ନେଇ ଏହି ଏମଓୟୁ ସ୍ୱାକ୍ଷର ହୋଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ବିଶାଳ ଓ ଯୁବ ଜନସଂଖ୍ୟା ସହ ଭାରତ ପର୍ଯ୍ୟାପ୍ତ ସମ୍ଭାବନା ହାସଲ କରିପାରିବା କ୍ଷେତ୍ରରେ ଶୀର୍ଷରେ ରହିଛି । ଏହି ଜନସଂଖ୍ୟାଗତ ଲାଭକୁ ଉପଯୋଗ କରିବା ପାଇଁ ଆଜିର ଅଧୁନା କର୍ମକ୍ଷେତ୍ରରେ ଯୁବପିଢ଼ିଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଜରୁରୀ । ଏହି ସହଯୋଗ ଆମର ‘ସ୍କିଲ୍ ଇଣ୍ଡିଆ’ ଲକ୍ଷ୍ୟ ଏବଂ ଆଇବିଏମ୍ ସ୍କିଲ୍ସ ବିଲ୍ଡ ପ୍ଲାଟଫର୍ମ ବ୍ୟବହାର କରି ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟାରେ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜି ସୃଷ୍ଟି ହୋଇଥିବା ଏହି ଭାଗିଦାରୀ ଆମ ଶିକ୍ଷାର୍ଥୀମାନଙ୍କୁ ପ୍ରଯୁକ୍ତିବିଦ୍ୟାର ପ୍ରକୃତ ସମ୍ଭାବନାକୁ ଉପଯୋଗ କରିବା ସହ ସେମାନଙ୍କୁ ଭବିଷ୍ୟତର ଓ୍ୱେଲଥ୍ କ୍ରିଏଟର ଓ ସମାଜର ଉଦ୍ୟୋଗୀରେ ପରିଣତ କରିବାରେ ସହାୟକ ହେବ ।