ଧର୍ମଶାଳା, ଯାଜପୁର ଜିଲା ବରୀ କଂଗ୍ରେସ ପକ୍ଷରୁ ରସୁଲପୁର ବ୍ଳକ ବ୍ରହ୍ମବରଦାଠାରେ ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ବରୀ କଂଗ୍ରେସ ମହିଳା ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମବରଦା ବ୍ୟାଙ୍କଛକ ନିକଟରେ ରସୁଲପୁର ବ୍ଲକ ସଭାପତି ମିହିର ମିଶ୍ରଙ୍କ ସଭାପତିତ୍ଵରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଯାଜପୁର ଜିଲା କଂଗ୍ରେସ ସଭାପତି ମନୋଜ ରାଉତ, ଯାଜପୁର ମହିଳା କଂଗ୍ରେସ ସଭାନେତ୍ରୀ ରୀତାଶ୍ରୀ ମହାନ୍ତି, ଜିଲା ସାଧାରଣ ସମ୍ପାଦକ ଅନିଲ ମହାନ୍ତି, ଯାଜପୁର ବ୍ଲକ ସଭାପତି ଗଦାଧର ଦାସ, ବରୀ ବ୍ଲକ ସଭାପତି ମନୋଜ ଦାସ ଓ ଦଳିତ ସେଲ ସଭାପତି ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହିତ କେନ୍ଦ୍ର ସରକାରଙ୍କ ୯ ବର୍ଷ ଓ ରାଜ୍ୟ ସରକାରଙ୍କ ୨୩ ବର୍ଷ ଶାସନକୁ କଡ଼ା ସମାଲୋଚନା କରିବା ସହ ବରୀର ବିକାଶ ଠପ୍ ହୋଇଯାଇଛି, କେବଳ ନାରାବାଜିରେ ଚାଲିଛି, ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁ ନ ଥିବା ବେଳେ ଆଜି ରାଜ ରାସ୍ତାରେ ଡ୍ରାଇଭରଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି ଓ ଆଶା କର୍ମୀ, ଶିକ୍ଷକମାନଙ୍କ ଠାରୁ ଆରମ୍ଭ କରି ଡାକ୍ତରମାନେ ସେମାନଙ୍କ ସମସ୍ୟାର ସମାଧନ ନିମନ୍ତେ ଦାବି କରୁଛନ୍ତି । ସ୍କୁଲ, କଲେଜମାନଙ୍କରେ ଶିକ୍ଷାକର୍ମଚାରୀଙ୍କ ଅଭାବ ଓ ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଯାହାକି ସରକାରଙ୍କ ଏହି ବିିକାଶ ବୋଲି ନେତୃମଣ୍ଡଳୀ ଲୋକମାନଙ୍କୁ ସଚେତନ କରାଇଥିଲେ ।
ପରେ ନେତୃମଣ୍ଡଳୀ ଓ ଶତାଧିକ ମହିଳାପୁରୁଷ କର୍ମୀମାନେ ବ୍ୟାଙ୍କଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ମହେଶ୍ଵରପୁର, ଚାନ୍ଦପୁର, ବ୍ରହ୍ମବରଦାର ବିଭିନ୍ନ ଅଂଚଳ ପରିକ୍ରମା କରି ଶେଷରେ ଚାରିଣୀଛକ ନିକଟରେ ପଂହଚିଥିଲେ । କର୍ମୀମାନେ ଦଳୀୟ ବାର୍ତା ଲୋକମାନଙ୍କ ନିକଟରେ ପହଂଚାଇ ଥିଲେ ।
କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ କର୍ମୀ ବୈରାଗୀ ମଲିକ, ସଂଗ୍ରାମ ରାଉତ, ମଙ୍ଗୁ ମହାନ୍ତି, ସେକ୍ ଫକିରୁଦ୍ଧିନ ଖାନ, ସେକ୍ ନୁରୁଲ୍ଲା, ସେକ୍ ଅମରୁଲ, ସେକ୍ ଇମତିୟାଜ ଓ ପ୍ରକାଶ ଦେଓ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।