
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଚକ୍ରତୀର୍ଥ ବେଳା ଭୂମିରେ ଗାଧୋଉଥିବା ବେଳେ ଜଣେ ପର୍ଯ୍ୟଟକ ଙ୍କ ମୃତ୍ୟୁ ଘଟିଛି |ସୂଚନା ଅନୁସାରେ ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ର କରେଣ୍ଟ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି| ପର୍ଯ୍ୟଟକ ଙ୍କୁ ଲାଇଫ ଗାର୍ଡ ମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ |ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଅଧିକାରୀ ମନୋଜ ଦାସ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇଥିଲେ |ଏ ସମ୍ପର୍କିତ ଖବର ସମୁଦ୍ରକୂଳ ଥାନା ଅଧିକାରୀଙ୍କୁ ଜଣାଇଥିଲେ |ମୃତକ ହେଉଛନ୍ତି ଝାରଖଣ୍ଡ ରାଞ୍ଚିର ଵିଶାଲ ଓରାମ ଏବଂ ତାଙ୍କ ବୟସ ୨୪ ବର୍ଷ ସେ ତାଙ୍କ ୨୧ ଜଣ ସାଥିଙ୍କ ସହିତ ପୁରୀ ବୁଲିବାକୁ ଆସିଥିଲେ |