
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଉର୍ଜାବାନ ଓଡ଼ିଶା ଓ ଓଡ଼ିଶା ମୋ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୋ ପରିବାର ର ଯୁଗ୍ମ ସଂପାଦକ ଷ୍ଟାଲିନ ପରିଜା,ଉର୍ଜାବାନ ଓଡ଼ିଶାର ସଭାପତି ସନ୍ତୋଷ ସେନାପତି,ସମ୍ପାଦିକା ନୀହାରୀକା ତ୍ରିପାଠୀ ଏବଂ ଉପଦେଷ୍ଟା ପୁଷ୍ପଜିତ୍ ମହାପାତ୍ର ପ୍ରମୁଖ ଯୋଗଦାନ କରି ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଏହାପରେ ସ୍ଵେଚ୍ଛାକୃତ ଭାବରେ ୮୫ ଜଣ ରକ୍ତ ଦାନ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କୋଷାଧକ୍ଷ ସିତାରାମ ସେନାପତି ଓ ସମସ୍ତ ଉପସ୍ଥିତ ସଦସ୍ୟ ବୃନ୍ଦ ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଅନୁଷ୍ଠାନର ସମ୍ପାଦିକା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।