ଭୁବନେଶ୍ୱର- ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରାକାନ୍ତି ବେହେରା ଆଜି ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ଆଜି ମଧ୍ୟାହ୍ନରେ ମନ୍ତ୍ରୀ ମାଲକାନଗିରି ପହଂଚିବା ସହ ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗଦେଇଥିଲେ ।
ବୈଠକରେ ଗତ ସେପ୍ଟେମ୍ବର ୧୦ତାରିଖରେ ଅନୁÂିତ ବୈଠକର ପ୍ରସ୍ତାବମାନ ଗୃହୀତ ହୋଇଥିଲା । ବୈଠକରେ ଜିଲ୍ଲା ନିମନ୍ତେ ୨୦୧୯-୨୦ର ବାର୍ଷିକ ଯୋଜନା ଚିଠା ଉପସ୍ଥାପିତ ହୋଇଥିଲା । ଏଥି ସହିତ ମନ୍ତ୍ରୀ ଶ୍ରୀ ବେହେରା ମାଲକାନଗିରି ଜିଲ୍ଲାର ବିଦୁ୍ୟତିକରଣ ଉପରେ ଗୁରୁତ୍ୱ ଦେଇଥିଲେ । ଏହା ବ୍ୟତୀତ ପାଣି ପଂଚାୟତକୁ ସୁଦୃଢ଼ କରିବା ଉପରେ ସେ ମତ ଦେଇଥିଲେ । ସତୀଗୁଡ଼ାଠାରେ ମାଛଚାଷ, ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ନିଯୁକତି ସହିତ ସିଟି ସ୍କାନ, ଏମଆରଆଇ ଇତ୍ୟାଦିର ବ୍ୟବସ୍ଥା କରିବା ସହିତ ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ଶିକ୍ଷା, ଗମନାଗମନ ଓ ସ୍ୱାଭିମାନ ଅଂଚଳର ବିଭିନ୍ନ ବିକାଶମୂଳକ ଯୋଜନା ଏବଂ ଏହାର କାର୍ଯ୍ୟକାରିତା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ଆସନ୍ତାକାଲି ମନ୍ତ୍ରୀ ଶ୍ରୀ ବେହେରା, ମାଲକାନଗିରି ଜିଲ୍ଲାପାଳ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହ ଜିଲ୍ଲା ସର୍କିଟ୍ ହାଉସ୍ରେ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମନ୍ତ୍ରୀ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ଭିତିଭୂମିର ସମୀକ୍ଷା କରିବେ । ଏଥି ସହ ମିନି ଷ୍ଟାଡିୟମ୍ ନିର୍ମାଣର ବର୍ତମାନ ସ୍ଥିତି, କାର୍ଯ୍ୟର ଅଗ୍ରଗତି ନେଇ ଜିଲ୍ଲାପାଳ ଏବଂ ବରିÂ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।