ଭୁବନେଶ୍ୱର, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ବିରୁଦ୍ଧରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୁଜାରୀ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ଆଜି ଶୁନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆଣିଥିବା ଅଭିଯୋଗ ଉପରେ ସେ କହିଛନ୍ତି ଯେ ବିନା କୌଣସି ତଥ୍ୟ ପ୍ରମାଣରେ ବିରୋଧୀ ଦଳର ନେତା ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ସେ ଏପରି କରି ଧୀ ପଲିଟିକାଲ ଗିମିକ୍ କରୁଛନ୍ତି । ଏହା ସମ୍ପୂର୍ଣ ଆଇନ ବହିର୍ଭୁତ କାର୍ଯ୍ୟ ବୋଲି ସେ କହିଛନ୍ତି ।
ଏହି ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଏହି କାରଣରୁ ବିଧାନସଭା ବାଚସ୍ପତି ଗୃହକୁ ସ୍ଥଗିତ ରଖିଥିଲେ ।