ଭୁବନେଶ୍ୱର, ପୂର୍ତ ମନ୍ତ୍ରୀଙ୍କ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ସ୍ୱାଧିକାର ଭଙ୍ଗ ନୋଟିସ ଅଣା ଯାଇଛି । ଆଜି ଶୂନ୍ୟକାଳର କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ଗତ ୨୫ ତାରିଖ ଦିନ ସେ ଏକ ପ୍ରଶ୍ନ ପଚାରିଥିଲେ । ଏହାର ସଠିକ ଉତର ଦିଆଯାଇ ନାହିଁ । ଗୃହକୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଇଛି । ସରକାରୀ ଅଧିକାରୀ ମାନେ ଯାହା ଦେଉଛନ୍ତି ତାହାକୁ ମନ୍ତ୍ରୀ ଉତର ଦେଉଛନ୍ତି । ବିଭାଗୀୟ ମନ୍ତ୍ରୀ ଖାମଖିଆଲି ଉତର ଦେଉଥିବା କାରଣରୁ ସ୍ୱାଧିକାର ଭଙ୍ଗ ନୋଟିସ ଅଣା ଯାଉଛି ବୋଲି ସେ କହିଛନ୍ତି ।