ଭୁବନେଶ୍ୱର, ବାଲେଶ୍ୱରର ବାଲିଆପାଳରେ ବେଆଇନ କରତକଳ ଉପରେ ବନ ବିଭାଗ ଚଢ଼ାଉ କରିଛି । ଦୀର୍ଘଦିନ ହେଲା ବାଲିଆପାଳ ଛକରେ ବେଆଇନ ଭାବେ ଚାଲୁଥିଲା କରତ କଳ । ତେବେ ଭିଜିଲାନ୍ସ ଏବଂ ବନ ବିଭାଗ ସ୍ଥାନୀୟ ପୋଲିସଙ୍କ ମଳିତ ସହଯୋଗରେ 30 ଜଣିଆ ଟିମ୍ ଚଢାଉ କରିଥିଲା । ଚଢାଉ ସମୟରେ ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି ।