ଭୁବନେଶ୍ୱର – ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାରିଜ୍ୟ ପୋର୍ଟାଲ ମଙ୍ଗଳବାର ଅପରାହ୍ଣରେ ଲୋକର୍ପିତ ହୋଇଛି । କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୋର୍ଟାଲ୍କୁ ଲୋକାର୍ପଣ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ ଓ ସରକାରୀ ମୁଦ୍ରଣାଳୟର ନିଦେ୍ର୍ଧଶକ ଶ୍ରୀ ମହେନ୍ଦ୍ର ପ୍ରତାପ ଇ-ବାଣିଜ୍ୟ ପୋର୍ଟାଲର ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ ।
ଓଡ଼ିଶା ସରକାରଙ୍କର ୫-ଟି ପ୍ରୟାସ ଅନୁଯାୟୀ ସରକାରୀ ମୁଦ୍ରଣାଳୟରେ ପ୍ରଚଳିତ ବିକ୍ରିବଟାକୁ ବୈଷୟିକ ଜ୍ଞାନ ପ୍ରୟୋଗ କ୍ରମେ ଆଧୁନିକ ପ୍ରଣାଳୀରେ ପରିବର୍ତନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଏଥିରେ ସରକାରୀ ଡାଇରୀ, କ୍ୟାଲେଣ୍ଡର ଓ ଅନ୍ୟାନ୍ୟ ସରକାରୀ ଛାପା ବହି ବିକ୍ରି କରାଯିବ । ଏଥି ନିମନ୍ତେ
ସରକାରୀ ମୁଦ୍ରଣାଳୟ ଏକ ଇ-ବାଣିଜ୍ୟ ପୋର୍ଟାଲ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓଜିପ୍ରେସ୍ ଡଟ୍ ଏନଆଇସି ଡଟ୍ ଇନ୍ ର ଶୁଭାରମ୍ଭ ହୋଇଛି ।
ସରକାରୀ ମୁଦ୍ରଣାଳୟ ସାଧାରଣତଃ ସରକାରୀ ବିଭାଗର ଛାପା କାର୍ଯ୍ୟ ସହିତ ନୂତନ ବର୍ଷ ପାଇଁ ୫୦ ହଜାର ଡାଇରୀ, ବିଭିନ୍ନ ପ୍ରକାରର ୪ ଲକ୍ଷ ୪୦ ହଜାର କ୍ୟାଲେଣ୍ଡର ଓ ଅନ୍ୟାନ୍ୟ ଛାପା ବହି ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଜନସାଧାରଣ ଅନ୍ଲାଇନ୍ ମାଧ୍ୟମରେ ଦେୟ ପୈଠ କରି ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଏହିସବୁ ସାମଗ୍ରୀ ପାଇପାରିବେ । ଏହି ପୋର୍ଟାଲଟି ଜନସାଧାରଣଙ୍କୁ ସୁବିଧାରେ ଉପଲବ୍ଧ ହେବ ।