ବଲାଙ୍ଗିର ,ବଲାଙ୍ଗିର ବ୍ରାହ୍ମଣ ମହାସଭା ଦ୍ୱାରା ଭଗବନ ବାମନ ଦ୍ୱାଦଶୀ ଉତ୍ସବ ସ୍ଥାନୀୟ ନରସିଂହ ମନ୍ଦିରଠାରେ ଗତକାଲି ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ସଭାପତି ଗିରିଧାରୀ ଶତପଥୀ ଙ୍କ ତତ୍ତ୍ୱାବଧାନରେ ବର୍ତମାନ ସଭାପତି ଧନଞ୍ଜୟ ମିଶ୍ର କର୍ତା ଭାବରେ ପୂଜା ଅର୍ଚ୍ଚନା କରିଥିଲେ । ସମ୍ପାଦକ ଜୟରାମ ମିଶ୍ର ଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଟ ସଦସ୍ୟ ଉପଦେଷ୍ଟା ନୀଳମଣି ମିଶ୍ର, ଉପସଭାପତି ଗୋପବନ୍ଧୁ ପୁରୋହିତ ,ସଂଗଠାନିକ ସମ୍ପାଦକ କିଶୋର କୁମାର ମିଶ୍ର, ସନ୍ତୋଷ ମିଶ୍ର,ସନ୍ତୋଷ ଶତପଥୀ, ଗୋବିନ୍ଦ ହୋତା, ସନ୍ତୋଷ ତ୍ରିପାଠୀ, ଚକ୍ରଧର ପଣ୍ଡା, ଜୟରାମ ବେହେରା, ମନୋରଞ୍ଜନ ତ୍ରିପାଠୀ, ସୁବାସ ଶତପଥୀ, ସନ୍ତୋଷ ମିଶ୍ର, ଚକ୍ରଧର ହୋତା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । ପୂଜା ପରେ ସାଂଗଠାନିକ ଆଲୋଚନା ଓ ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ।
Related Stories
September 5, 2025
September 5, 2025