
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଆନୁକୂଲ୍ୟରେ ଏକ ଏଣ୍ଟରପ୍ରିନରଶୀପ ଡେଭଲପମେଣ୍ଟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ଦ୍ୟୋଗୀ ବିକାଶ ପ୍ରତିଷ୍ଠାନ, ଓଡିଶା, ଭୁବନେଶ୍ୱର ଏବଂ ଏସ.ଆଇ.ୱାଇ.ବି ଆଇ.ଏଲ. ଓ. ର ମିଳିତ ଉଦ୍ୟମରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ୫୦ ରୁ ଅଧିକ ଉଦ୍ୟମିତା ଆକାଂକ୍ଷୀ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।ପୁରୀ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ବେହେରା,ଜିଲ୍ଲା ଶିଳ୍ପ କେନ୍ଦ୍ର ର ପରିଚାଳକ ଶ୍ରୀ ଅମୂଲ୍ୟ ରତ୍ନ ପଣ୍ଡା,ପୁରୀ ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଇଂ. ଅରବିନ୍ଦ ଘୋଷ କର୍ମଶାଳା ର ଉଦଘାଟନ କରିଥିଲେ। ଇଂ. ଶ୍ରୀ ଅରବିନ୍ଦ ଘୋଷ ନିଜ ବକ୍ତବ୍ୟ ରେ ଆଇଟିଆଇ ଶିକ୍ଷା ପରବର୍ତ୍ତୀ ଉଦ୍ୟୋଗିତା ସୁଯୋଗ ଉପରେ ଆଲୋକପାତ କରି ଛାତ୍ର ଛାତ୍ରୀ ନିଜକୁ ଜଣେ ଜଣେ ଉଦ୍ୟମି ହେବାପାଇଁ ଉତ୍ସାହିତ କରିଥିଲେ । ଉକ୍ତ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ ରେ ଉଦ୍ୟମିତା ଏବଂ ଉଦ୍ୟମିତାତ୍ମକ ସୃଷ୍ଟି ସମ୍ବନ୍ଧିତ ବିଭିନ୍ନ ଆଲୋଚନା ରେ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ। ଶିଳ୍ପ ଦ୍ୟୋଗୀ ବିକାଶ ପ୍ରତିଷ୍ଠାନ, ଓଡିଶା, ଭୁବନେଶ୍ୱର ର ମୁଖ୍ୟ ପ୍ରାବେଦନୀ ଅଧିକାରୀ ଶ୍ରୀ ଅମର ମହାପାତ୍ର ବିଭିନ୍ନ ଉଦାହରଣ ମାଧ୍ୟମରେ “ନୂତନ କଳ୍ପନାରୁ ବାସ୍ତବତା ଓ ଉଦ୍ୟମିତା ରୁ ସମୁଦାୟ ରେ ପ୍ରଗତି ” ସମ୍ବନ୍ଧିୟ ବିଶଦ ଆଲୋଚନା କରିଥିଲେ।