କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସ୍ଵତନ୍ତ୍ର ପ୍ରଦକ୍ଷିଣ ଗୃହ ଠାରେ ଜିଲ୍ଲା ସ୍ତରୀୟ ପଦାଧିକାରୀ ଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କାର୍ଯ୍ୟ ଓ ଏନସିପିସିଆର ଜଏଣ୍ଟ ଆକ୍ସନ ପ୍ଳାନର ଅଗ୍ରଗତି ସମନ୍ଧରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଆଲୋଚନା କରିଥିଲେ l ପୂର୍ବ ବୈଠକରେ ବିବରଣୀ ଆଲୋଚନା କରିବା ପରେ ଅଧ୍ୟକ୍ଷ ଶିଶୁ ମଙ୍ଗଳ କମିଟି ଡକ୍ଟର ଅଜିତ କୁମାର ମହାପାତ୍ର ଷ୍ଟ୍ରିଟ ଚାଇଲ୍ଡ ଉଦ୍ଧାର ଓ ଥଇଥାନ କାର୍ଯ୍ୟକୁ ଅଧିକ ତ୍ଵରାନ୍ଵିତ କରିବା, ଜିଲ୍ଲାରେ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ କମିଟିକୁ ଅବଗତ କରାଇବା, ଆରଟିଇ ଅଧୀନରେ ଆର୍ଥିକ ଅନଗ୍ରସର ଶିଶୁଙ୍କ ନିମନ୍ତେ ସରଂକ୍ଷଣର ବିବରଣୀ ପ୍ରଦାନ କରିବା ଆଦି ବିଷୟ ଉତଥାପନ କରିଥିଲେ l ନିଷ୍ପତ୍ତି କ୍ରମେ
ପ୍ରତି ତିନିମାସରେ ସିଡିପିଓ ଓ ଡି ଏସ ଡବ୍ଲ୍ୟୁ ଓ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ କମିଟିକୁ ଅବଗତ କରାଇବେ l ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ଆର୍ଥିକ ଅନଗ୍ରସର ଶିଶୁଙ୍କ ନିମନ୍ତେ ସରଂକ୍ଷଣର ବିବରଣୀ ଦେବେ ଜିଲ୍ଲା ଶିକ୍ଷା ଅଧିକାରୀ l ଶିଶୁମାନଙ୍କ ସର୍ବୋତ୍ତମ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ସବୁ ସମୟରେ ଅନୁଷ୍ଠାନରେ ରହି କାମ କରିବା ସହିତ ଅଧିକ କର୍ମ ତତ୍ପର ହେବେ ଓ ସେମାନଙ୍କର କାର୍ଯ୍ୟ ସମୀକ୍ଷା ନିରନ୍ତର ହେବ l ଶ୍ରମ ବିଭାଗର ସହଯୋଗରେ ଓ ସମନ୍ୱୟରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଥିଲା l ଉଦ୍ଧାର କାର୍ଯ୍ୟରେ ପୋଲିସ ବିଭାଗ ପ୍ରମୂଖ ଭୂମିକା ଗ୍ରହଣ କରିବ l ପୁରୀ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ଵାଇଁ ପ୍ରତି ବୈଠକରେ ପ୍ରତି ବିଭାଗର ଅଗ୍ରଗତି ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିବାକୁ ମତ ରଖିଥିଲେ l ବାଲ୍ୟ ବିବାହ ନିଷେଧ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ନିର୍ଦେଶ ଅନୁପାଳନ ସମ୍ପର୍କରେ ସିଡିପିଓଙ୍କ କାର୍ଯ୍ୟ ଅଗ୍ରଗତି ଉପରେ ଆଲୋଚନା କରିଥିଲେ ସଂଯୋଜକ ରଞ୍ଜିତା ଦାଶ l ବର୍ତ୍ତମାନ ବାଲ୍ୟବିବାହ ହେଲେ ପ୍ରତି କେଶ୍ ର ଏତଲା ଥାନାରେ ଦିଆଯାଉଥିବା କହିଥିଲେ l ପ୍ରତି ବ୍ଲକ ରେ ଅନୁଷ୍ଠିତ ହେଉଥିବା ଶିଶୁ ସୁରକ୍ଷା କମିଟି ବୈଠକରେ ସରପଞ୍ଚ, ବିଭାଗୀୟ ଅଧିକାରୀ, ବିଡିଓଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା l ନିକଟରେ ଶିଶୁ ଯତ୍ନ ଅନୁଷ୍ଠାନର ଚାରିଜଣ ଅନ୍ତେବାସୀ ବୈଷୟିକ ଶିକ୍ଷା ସମାପ୍ତ କରି ଚାକିରୀ ପାଇଥିବାରୁ ବିଜୁ ପଟ୍ଟନାଯକ ବୈଷୟିକ ପ୍ରତିଷ୍ଠାନ ଓ ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ର ଅଧ୍ୟକ୍ଷଙ୍କୁ ସାଧୁବାଦ ସମସ୍ତେ ଜଣାଇଥିଲେl ବୈଠକରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରମ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟିର ସମସ୍ତ ସଦସ୍ୟ, କିଶୋର ନ୍ୟାୟ ପରିଷଦ ସଦସ୍ୟ ସମେତ ସମସ୍ତ ବିଭାଗର ଅଧିକାରୀ, ରେଲୱେ ଜି ଆର ପି, ଆର ପି ଏଫ, ଓପନ ସେଲଟର ପ୍ରମୁଖ ଯୋଗ ଦେଇ ମତାମତ ରଖିଥିଲେ l ପରିଶେଷରେ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l
Related Stories
November 22, 2024