
-
ଦୀକ୍ଷା ଓ ବିଦ୍ୟା ପ୍ରକଳ୍ପକୁ ନେଇ ଆଲୋଚନା,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ପୁରୀ ସଂସ୍କୃତି ଭବନଠାରେ ରୋଟାରୀ କ୍ଲବ ଅଫ୍ ପୁରୀ ସାଗର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ଜିଲ୍ଲା ସାକ୍ଷରତା କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି। ରୋଟାରିଆନ୍ ଦାମୋଦର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଯୋଗଦେଇ ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ନିରକ୍ଷରତା ଦୂର କରିବା ପାଇଁ ରୋଟାରିଆନ୍ ଏକାଠି ହୋଇ ଭଲ ଦେଖାଯାଅ, ଭଲ ଅନୁଭବ କର ଏବଂ ଭଲ କାର୍ଯ୍ୟ କର। ଯାହା ଦ୍ବାରା ବିନ୍ଦୁ ବିନ୍ଦୁ ମିଶି ସାଗର ସୃଷ୍ଟି ହେବା ଭଳି ରୋଟାରୀ ନିରକ୍ଷରତାର ଅନ୍ଧକାରକୁ ଦୂର କରି ସମାଜରେ ଆଲୋକର ବହ୍ନି ପ୍ରଜ୍ବଳିତ କରିପାରିବ। ଏହି ଅବସରରେ ଏଠାରେ ଦୀକ୍ଷା ପ୍ରକଳ୍ପ ମାଧ୍ୟମରେ ଜଣେ ଜଣଙ୍କୁ ପଢ଼ାଇବେ ଏବଂ ସେହିପରି ବିଦ୍ୟା ପ୍ରକଳ୍ପରେ ଜଣେ ଶିକ୍ଷିତ ହେବା ପରେ ସମାଜକୁ ଶିକ୍ଷିତ କରିବା ନେଇ ଆଲୋଚନା କରାଯାଇଥିଲା। ଏଠାରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ପ୍ରବୀର ଚାଟାର୍ଜୀ, ଶାନ୍ତନୁ ପାଣି, ରୋଟାରୀ କ୍ଲବ ପୁରୀ ସାଗରର ସଭାପତି ରାଜଦୀପ ଘୋଷ ଏବଂ ସମ୍ପାଦକ ହରିହର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଶିବବ୍ରତ ଦାଶ, ରବିନାରାୟଣ ନନ୍ଦ, ଦେବାଶିଷ ମିଶ୍ର, ଆଶିଷ ସାହୁ, ପ୍ରୋ. ଡ. ସୁଚେତା ପ୍ରିୟମ୍ବଦିନୀ, ପ୍ରୋ. ରାଜଲକ୍ଷ୍ମୀ ମହାପାତ୍ର, ଟି. ପାର୍ଥସାରଥୀ, ଡ. ରିତା ଦାସ, ମୀରା ପୃଷ୍ଟି, ମହେଶ ବେହେରା, ମଙ୍ଗିଲାଲ ବଲଦେବ, ତନ୍ମୟ ମହାନ୍ତି, ଆସନ୍ତା ବର୍ଷର ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଡା. କଳ୍ପନା ଘୋଷଙ୍କୁ ଆଜୀବନ ନିସ୍ବାର୍ଥପର ରୋଗୀ ସେବାପାଇଁ ଏବଂ ରୋଟାରୀ କ୍ଲବ ପୁରୀ ସାଗରର ସଭାପତି ରାଜଦୀପ ଘୋଷଙ୍କ ସହ ଅନ୍ୟ କିଛି ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଯୁଧିଷ୍ଠିର ଲେଙ୍କା, ଅଶୋକ ପାତ୍ର, ହିମାଂଶୁ ମୋହନ ମହାନ୍ତି, ଧବଳେଶ ମହାପାତ୍ର, କୃଷ୍ଣଚନ୍ଦ୍ର ସାହୁ, କେଦାର ମହାପାତ୍ର, ତୁଷାରକାନ୍ତ ରାଉତ, ପ୍ରକାଶ ଚନ୍ଦ୍ର ନାୟକ, ପ୍ରମୋଦ ସ୍ବାଇଁ, ଲକ୍ଷ୍ମୀକାନ୍ତ ନନ୍ଦ, ନିୟତ ପ୍ରହରାଜ, ଅନନ୍ତ ତିଆଡ଼ି, ଶଶୀଭୂଚଷଣ ପାଢ଼ୀ, ଚନ୍ଦନ ପାତ୍ର, ରାଜେନ୍ଦ୍ରନାଥ ବେହେରା, ଅଳଙ୍କାର ନନ୍ଦ ଓ ସନ୍ତୋଷ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।