ଭୁବନ,ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏନ.ଏସ.ଏସ. ( ଜାତୀୟ ସେବା ଯୋଜନା) ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ଵ କରି ସ୍ଵେଚ୍ଛାସେବୀ ମାନେ ନିସ୍ଵାର୍ଥପର ଭାବେ ସମାଜର ଅବହେଳିତ ଲୋକଙ୍କ ସେବା କରିବାକୁ ଆହ୍ଵାନ ଦେଇଥିଲେ । ଗାଁ ର ଉନ୍ନତି ହେଲେ ଦେଶର ଉନ୍ନତି ହେବ, ତେଣୁ ସ୍ଵେଛାସେବୀ ମାନେ ବସ୍ତି /ଗୋଷ୍ଠୀକୁ ଯାଇ ସେମାନଙ୍କ ଅସୁବିଧା ବୁଝି ସମସ୍ୟା ସମାଧାନ କଲେ ଗାଁ ର ଉନ୍ନତି ହେବା ସହିତ ଦେଶର ଉନ୍ନତି ହୋଇପାରିବ ବୋଲି ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ସମ୍ବେଦିତା ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଷ୍ଠା ଏକାଗ୍ରତା ସହ କାର୍ଯ୍ୟ କଲେ ସଫଳତା ମିଳିବ ବୋଲି କହିଥିଲେ । ଅଧ୍ୟାପିକା ସ୍ମୃତିରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ପରେ ସ୍ଵେଛାସେବୀ ମାନେ କଲେଜରୁ ବାହାରି ସହର ପରିକ୍ରମା କରିଥିଲେ।