ରାଉରକେଲା,ରାଉରକେଲା ଏଡିଏମ ଅଫିସରେ ସହକାରୀ ଜିଲ୍ଲାପାଳ ଭାବେ କାମ କରୁଥିବା ସସ୍ମିତା ମିଂଜ ୩୫ଙ୍କର ଶବ ଆରଏସପି ୭ ତାଲା ସମ୍ମୁଖ ପାର୍କର ଏକ ପୋଖରୀରୁ ଗତ ୧୯ ତାରିଖରେ ମିଳିବା ଘଟଣାରେ ବଡ ବଡ ଲୋକଙ୍କ ସଂପୃକ୍ତି ଥିବାରୁ ପୁଲିସର ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟ ସନ୍ତୋଷଜନକ ନୁହେଁ, ଷଡଯନ୍ତ୍ର କରି ସସ୍ମିତାଙ୍କୁ ହତ୍ୟା କରାଯାଇଛି, ତେଣୁ ଏହାର ସିବିଆଇ ତଦନ୍ତ ଦାବିକରି ଆଜି ସୁନ୍ଦରଗଡ ଆଦିବାସୀ ମଂଚ ପକ୍ଷରୁ ହଜାର ହଜାର ଆଦିବାସୀ ରାଉରକେଲା ଏଡିଏମ ଅଫିସକୁ ଘେରାଉ କରିଛନ୍ତି ।
ଘଟଣାରୁ ପ୍ରକାଶ, ସସ୍ମିତାଙ୍କ ଶବ ୧୯ ତାରିଖରେ ଏକ ପାର୍କରୁ ମିଳିବା ପରେ ତାଙ୍କ ଭାଇ ଓ ମା କହିଥିଲେ ଏହି ଘଟଣାରେ ସୁନ୍ଦରଗଡ ଜିଲ୍ଲାପାଳ, ରାଉରକେଲା ଏଡିଏମ ଓ ଜଣେ ବିଡିଓଙ୍କର ସଂପୃକ୍ତି ରହିଛି। ଏମାନେ ତାଙ୍କ ଝିଅ ର ମୃତ୍ୟୁ ଲାଗି ଦାୟି, ତେଣୁ ସେମାନେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ ବଡ ଲୋକଙ୍କ ନାମ ଥିବାରୁ ଏତଲାରେ ସେମାନଙ୍କୁ ସଂପୃକ୍ତି କରିନାହିଁ ତେଣୁ ଏହି ଘଟଣାରେ ଆଉ ପୁଲିସ ଉପରେ ସେମାନଙ୍କର ଭରଷା ନାହିଁ ଘଟଣାର ତଦନ୍ତ ଦାୟିତ୍ଵ ସିବିଆଇକୁ ହସ୍ତାନ୍ତର କରାଯାଉ । ଏହି ଘଟଣାକୁ ନେଇ ଗତକାଲି ରାଉରକେଲା କଂଗ୍ରେସ ପକ୍ଷରୁ ପଶ୍ଚିମାଂଚଳ ଡିଆଇଜିଙ୍କୁ ଭେଟି ଘଟଣାର ତଦନ୍ତ ଲାଗି ଦାବି କରାଜିବା ପରେ ଆଜି ସୁନ୍ଦରଗଡ ଆଦିବାସୀ ମଂଚ ରଣହୁଂକାର ଦେଇ ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ଏନେଇ ଏଯାଏ ସୁନ୍ଦରଗଡ ଜିଲ୍ଲାପାଳ, ରାଉରକେଲା ଏଡିଏମ, ବିଡିଓ ଓ ପୋଷ୍ଟମର୍ଟମ ଅଧିକାରୀ ମୁହଁ ଖୋଲି ନାହାନ୍ତି । ଏହି ଘଟଣାକୁ ନେଇ ଜିଲ୍ଲାରେ ଆଦିବାସୀ ମାନେ ଏକତ୍ରିତ ହେବା ସହ ତାଙ୍କ ଜାତିର ଜଣେ ଶିକ୍ଷତା ମହିଳାଙ୍କୁ ନ୍ୟାୟ ଦେବା ଲାଗି ଦାବି ଗାଁ ଗାଁ ରେ ଜୋର ଧରିବାରେ ଲାଗିଛି । ଜିଲ୍ଲାରେ ଏହା ଧିରେ ଧିରେ ଅଚଳା ଅବସ୍ଥା ସୃଷ୍ଟି କରିବାକୁ ଯାଉଥିବା ବେଳେ ପୁଲିସ ଜିଲ୍ଲା ମୁଖ୍ୟ ମଧ୍ୟ ନୀରବ । ତେଣୁ ସରକାର ତୁରନ୍ତ ଏହାର ସମାଧାନ ଲରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।