କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମାଧ୍ଵ ଗୌରେଶ୍ୱର ବୈଷ୍ଣବ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ପୁରାଣ ପ୍ରସିଦ୍ଧ ସାତ ଆସନ ମଠ ମଧ୍ୟରୁ ଅନ୍ୟତମ ମଠ ଶ୍ରୀଶ୍ୟାମ ସୁନ୍ଦର ମଠର ମହନ୍ତାଇ ଶାଟିକା ବନ୍ଧନ ଉତ୍ସବ ସମାହିତ ହୋଇଯାଇଛି। ବୈଷ୍ଣବ ପରମ୍ପରା ଅନୁସାରେ ପ୍ରତ୍ୟେକ ଆଚାର୍ଯ୍ୟ ପୀଠ ବା ମଠ ର ମଠାଧୀଶ ଙ୍କ ଅନ୍ତେ ବା ତାଙ୍କ ନିର୍ଦେଶ ରେ ନୂତନ ମଠାଧିଶ ଚୟନ ପରେ ତାଙ୍କୁ ଉକ୍ତ ଗାଦି ରେ ଅଭିଷିକ୍ତ କରାଯିବାର ପ୍ରଥା ରହିଛି। କଥା ରହିଛି ଭଗବାନଙ୍କ ଅଙ୍ଗବସ୍ତ୍ର ହେଉଛି ଏକ ସମ୍ମତି ପତ୍ର l ଯାହାକୁ ଏହି ଅଙ୍ଗବସ୍ତ୍ର ପ୍ରଦାନ କରାଯାଏ ପକ୍ଷାନ୍ତରେ ତାହା ତାଙ୍କ ଇଷ୍ଟଙ୍କ ସମ୍ମତି ବୋଲି ଗ୍ରହଣ କରାଯାଇଛି l ଯେଉଁଥି ପାଇଁ ଆମ ସଂସ୍କୃତିରେ ଅଙ୍ଗବସ୍ତ୍ର ପ୍ରଦାନ ଓ ଆଜ୍ଞାମାଳ ପ୍ରଦାନର ଵିଧି ବ୍ୟବସ୍ଥା ରହିଛି l
ଏହି ନ୍ୟାୟରେ ଶ୍ରୀଶ୍ୟାମ ସୁନ୍ଦର ମଠର ମହନ୍ତ ପଦରେ ବାବାଜୀ କଦମ୍ବ ବିହାରୀ ଦାସ ଙ୍କୁ ଅଭିଷିକ୍ତ କରାଯାଇଥିଲା। ପ୍ରଭାତରେ ମଙ୍ଗଳାର୍ପଣ କରାଯିବା ସହିତ ମଙ୍ଗଳ ଘଟ ସ୍ଥାପନ କରାଯାଇ ଅଧିବାସ କରାଯାଇଥିଲା। ପରମ୍ପରା ଅନୁଯାୟୀ ସନ୍ଧ୍ୟାରେ ଚତୁଃ ସମ୍ପ୍ରଦାୟର ସନ୍ଥ, ମହନ୍ତ ଓ ମହା ମଣ୍ଡଳେଶ୍ୱର ଙ୍କ ଉପସ୍ଥିତି ରେ ବାବାଜୀ କଦମ୍ବ ବିହାରୀ ଦାସଙ୍କ ମସ୍ତକରେ ଶ୍ରୀଜଗନ୍ନାଥ ଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ବନ୍ଧାଯାଇ ମହନ୍ତ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ଏହାପରେ ସମସ୍ତ ମଠାଧିଶ ତୁଳସୀ ମାଳି ଓ ଉପଢୌକନ ପ୍ରଦାନ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ବୈଦିକ ଛାତ୍ରବୃନ୍ଦ ଙ୍କ ପୁରୁଷସୂକ୍ତ ଗାନରେ ପରିବେଶ ଆଧ୍ୟାତ୍ମିକ ମୟ ହୋଇ ଉଠିଥିଲା। ଏହି ଉତ୍ସବରେ ଚତୁଃ ସମ୍ପ୍ରଦାୟର ସଭାପତି ମହନ୍ତ ଡ଼ଃ ରାମଚରଣ ଦାସଜି, ଉପସଭାପତି ମହନ୍ତ ରାମକୃଷ୍ଣ ଦାସଜି, ଉତ୍ତରପାର୍ଶ୍ଵ ମଠ ମହନ୍ତ, ସମ୍ପାଦକ ମହାମଣ୍ଡଳେଶ୍ୱର ମହନ୍ତ ସୁବଳ ଚରଣ ଦାସଜି ହାତୀ ଅଖଡା ମହନ୍ତ ସୁଖରାମ ଦାସଜି, ସିଦ୍ଧବକୁଳ ମଠ ମହନ୍ତ ଶ୍ରୀନିବାସ ଦାସଜି, ସାନମଠ ମହନ୍ତ ଅଧିକାରୀ ବୈଷ୍ଣବ ଚରଣ ଦାସଜି, ରାଧାକାନ୍ତ ମଠର କୃଷ୍ଣ ଗୋପାଳ ଦାସଜି, ମହନ୍ତ ହରି ନାରାୟଣ ଦାସଜି ଙ୍କ ସମେତ ସହର ର ବହୁ ବୁଦ୍ଧି ଯିବୀ ,ସାମ୍ବାଦିକ ଓ ଅଧିବକ୍ତା ଗଣ ଯୋଗ ଦେଇଥିଲେ।ଉତ୍ସବକୁ ମାଧ୍ଵ ଗୌରେଶ୍ୱର ବୈଷ୍ଣବ ସଂଘ ର ସଭାପତି ମହନ୍ତ ଡ଼ଃ କୃଷ୍ଣ ଚରଣ ଦାସଜି ପରିଚାଳନା କରିଥିଲେ l
Related Stories
September 19, 2024
September 19, 2024