କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୩୧ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୩୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ଗୋଟିଏ ସାମୁହିକ ଅଭିଯୋଗ ରହିଥିଲା।ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ଅନୁଧ୍ୟାନ କରି ଯଥାଶୀଘ୍ର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପ୍ରେରଣ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର,ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଏଡିଏମଓ ଡା ବିରଜା ଶଙ୍କର ରଥ, ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ।
Related Stories
November 22, 2024