
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ବିଧାନ ସଭା ଯୁବ କଂଗ୍ରେସ ର ଉପସଭାପତି ଅନିଲ ବେଜ ଙ୍କ ନେତୃତ୍ୱରେ ବଳିଆପଣ୍ଡା ମହେଶ୍ୱର ନଗର ର ଶତାଧିକ ବସ୍ତି ବାସିନ୍ଦା ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଏହି ପରିପକ୍ଷ ରେ ଅନିଲ ବେଜ କହିଛନ୍ତି ଏହି ପଟ୍ଟା ଯୋଜନା ରେ ଜ଼ିଲ୍ଲାପାଳ ଙ୍କ ଗ୍ରିଭାନ୍ସ ରେ ମହେଶ୍ୱର ନଗର ବସ୍ତି ତରଫରୁ ଯୁବ କଂଗ୍ରେସ ପୁରୀ ବିଧାନ ସଭା ଉପସଭାପତି ଙ୍କ ନେତୃତ୍ୱ ରେ ୪ଜଣ ସଦସ୍ୟ ଯାଇଥିବା ବେଳେ ସେଠି ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ମହେଶ୍ୱର ନଗର ର ଅସୁବିଧା କୁ ନେଇ ଆଲୋଚନା କରିଥିଲେ | ଏହି ଆଲୋଚନାର ଅଂଶ ବିଶେଷ ଥିଲା ବଳିଆପଣ୍ଡା ବିଜୟ ନଗର ବସ୍ତି ର ୨ଥର ସର୍ଭେ ହୋଇଥିଲେ ମଧ୍ୟ ମହେଶ୍ୱର ନଗର କୁ ୨୦୨୧ ମସିହା ଦ୍ୱିତୀୟ ସର୍ଭେ ରୁ ବଞ୍ଚିତ ରଖିଥିଲେ | ଏହାକୁ କେନ୍ଦ୍ର କରି ପୁନଃଶ୍ଚ ମହେଶ୍ୱର ନଗର ର ସର୍ଭେ ନିମନ୍ତେ ଦାବି କରାଯାଇଥିଲା ଏହାକୁ ନେଇ ପୁରୀ ପୌରପାଳିକା ଅଧିକାରୀ କହିଥିଲେ କି ପୁନଃଶ୍ଚ ୫ଦିନ ମଧ୍ୟରେ ଏକ କମିଟି କରି ମହେଶ୍ୱର ନଗର ର ସର୍ଭେ କରାଯିବ | ଏଥିସହିତ ବଳିଆପଣ୍ଡା ର ମଧୁର ଜଳ ପ୍ରପାତ ଜୋନ କୁ ଉଠେଇ ଦିଆଯାଇଛି ଏବଂ ତୁରନ୍ତ ଜମି ପଟ୍ଟା ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି | ଦାବିପତ୍ର ଦେବାକୁ ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ଆଲୋକ କୁମାର ଦାଶ, ପୁରୀ ବିଧାନସଭା ଯୁବ କଂଗ୍ରେସ ସଭାପତି ମନୋଜ ମଣ୍ଡଳ(ବିଜୟ ନଗର ବସ୍ତି ନେତା), ପୁରୀ ବିଧାନସଭା ସଭାପତି ଅନିଲ ବେଜ ଙ୍କ ନେତୃତ୍ୱ ରେ ମହେଶ୍ୱର ନଗର ର ମାଗୁଣି ଲେଙ୍କା,ଗାୟତ୍ରୀ ଚକ୍ରବତୀ, ଡଲି ପଣ୍ଡା, ଟିକିନା ପରିଡା ଓ କାଳୀ ବେହେରା ଙ୍କ ସମେତ ଅନେକ ଯୁବ କଂଗ୍ରେସ କର୍ମୀ ଙ୍କ ଗହଣରେ ଦାବିପତ୍ର ପ୍ରଦାନ କରାଗଲା |