![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ସର୍ବାଧିକ ୫୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ୫୦.୦ ମି.ମି., ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ୪୮.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ ୪୮.୦, କୋରାପୁଟ ଜିଲ୍ଲାର କୋଟପାଡ଼ରେ ୪୮.୦, ରାୟଗଡ଼ା ଜିଲ୍ଲାର ବିଷମକଟକରେ ୪୬.୪, କେନ୍ଦୁଝର ଜିଲ୍ଲାର ଚମ୍ପୁଆରେ ୩୮.୪, ବରଗଡ଼ ଜିଲ୍ଲାର ବରପାଲିରେ ୩୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ଅନୁରୂପ ଭାବେ ଗଜପତି ଜିଲ୍ଲାର କାଶୀନଗରରେ ୩୫.୦ ମି.ମି., ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ୩୪.୬, ମୟୂରଭଞ୍ଜ ଜିଲ୍ଲାର ବାଲିମୁଣ୍ଡଳିରେ ୩୧.୮, ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ୩୧.୬ ଏବଂ ନୂଆପଡ଼ା ଜିଲ୍ଲାର ବୋଡ଼େନରେ ୩୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।