ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଂଚଳ ଯଥା, ଭବାନୀପାଟଣା, ଲାଞ୍ଜିଗଡ଼ ଏବଂ ଥୁଆମୂଳ ରାମପୁର ଅଂଚଳରେ ଆଜି ପାଳନ ହେଉଛି ନୂଆଖାଇ ପର୍ବ । ଏଥିସହିତ ଇଷ୍ଟଦେବୀ ମା ମାଣିକେଶ୍ଵରୀଙ୍କ ନିକଟରେ ଆଜି ନବାନ୍ନ ଲାଗି ହୋଇଛି । ଅପରାହ୍ନ ୧ଟା ୧୦ରୁ ୩ଟା ମଧ୍ୟରେ ନୂଆ ଖାଇଛନ୍ତି ଲୋକେ ।
ବର୍ଷକରେ ଥରେ ନୂଆଖାଇ ପର୍ବକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦିପନା ଦେଖିବାକୁ ମିଳିଛି । ସକାଳୁ ସ୍ନାନ ପରେ ନବବସ୍ତ୍ର ପିନ୍ଧି ବଡ ମାନଙ୍କୁ ଜୁହାର ହେବାର ପରମ୍ପରା, ଏହାପରେ ମା ମାଣିକେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ପରେ ପରିବାର ସହିତ ଏକାଠି ନୂଆ ଖାଇଛନ୍ତି ସମସ୍ତେ ।