ଭୁବନେଶ୍ୱର – ବିଂଝାରପୁର ଥାନା ଅଳକୁଣ୍ଡ ଗ୍ରାମ ପଂଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ଦଳିତ ନାବାଳିକାଙ୍କୁ ଅଳକୁଣ୍ଡ ପାଣ୍ଡି ଅଧିକାରୀଙ୍କ ର୍ଦୁବ୍ୟବହାର ପ୍ରସଙ୍ଗରେ କଂଗ୍ରେସର ଏକ ୧୫ ଜଣିଆ ପ୍ରତିନିଧି ଦଳ ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବିଂଝାରପୁର ଆଇଆଇସି ଓ ଅଳକୁଣ୍ଡ ଫାଣ୍ଡି ଅଧିକାରୀଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବିତ କରିବାକୁ କଂଗ୍ରେସ ପ୍ରତିନିଧି ଦଳ ଦାବି କରିଛି ।
କଂଗ୍ରେସର ଅଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ୧୭ ତାରିଖରେ ବାସୁଦେବପୁର ଗ୍ରାମରେ ବାଣ ଭିଡା ବିବାଦକୁ ନେଇ ଉକ୍ତ ଗ୍ରାମର ୬ଜଣ ବ୍ୟକ୍ତି ବିକାଶ ମଳିକ, କାଳନ୍ଦି ମଳିକ, ଜଳଧର ମଳିକ, କମଳାକାନ୍ତ ମଳିକ, ନାଲୁଆ ମଳିକ ଓ ଅନାମ ମଳିକ ନାବାଳିକାଙ୍କୁ ଅସଭ୍ୟ ଭାଷାରେ ଗାଳିଦେଇ ମାଡ ମାରିବା ସହ ମୋବାଇଲ ଛଡାଇ ନେଇଥିଲେ । ଏନେଇ ନାବାଳିକା ଅଳକୁଣ୍ଡ ପାଣ୍ଡିରେ ଏତଲା ଦେଲେ ମଧ୍ୟ ଫାଣ୍ଡି ଅଧିକାରୀ ଏତଲା ଗ୍ରହଣ କରିନଥିଲେ । ବିଂଝାରପୁର ଥାନା ଅଧିକାରୀ ଶିବ ଚରଣ ବେହେରା ନାବାଳିକାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ତାଙ୍କୁ ବିବସ୍ତ୍ର କରି ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଥିଲା । ଏଭଳି ନିର୍ଦ୍ଧୟ ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ଶ୍ରୀମତୀ ବନ୍ଦିତା ପରିଡା ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।
ଏହାପରେ ନାବାଳିକା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିଥିଲେ ବିଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁÂାନ ହୋଇନାହିଁ । ୫-ଟି ସଚିବ ଓ ଡିଜି ପୋଲିସଙ୍କୁ ସ୍ପିଡପୋଷ୍ଟ ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ ଅଳକୁଣ୍ଡ ଫାଣ୍ଡି ଅଧିକାରୀ ଓ ଆଇଆଇସି ବିଂଝାରପୁରଙ୍କ ଉପରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ ନକରିବା ପ୍ରମାଣିତ କରୁଛି ଯେ ସେମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସଂପାଦିକା ସ୍ମୃତିରେଖା ପହି ମତବ୍ୟକ୍ତ କରିଛନ୍ତି ।
ଏହି ଘଟଣା ପ୍ରସଙ୍ଗରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ ନାବାଳିକା ଓ ତାଙ୍କର ପରିବାରବର୍ଗଙ୍କ ସହ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡକ୍ଟର ମୀନତି ବେହେରାଙ୍କୁ ସାକ୍ଷାତ କରିଥିଲେ । ଅଧ୍ୟକ୍ଷା ସମସ୍ତ ବୟାନ ଶୁଣିବା ପରେ ଯଥାଶୀଘ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଯାଜପୁର ଏ ସଂପର୍କରେ କି ପଦକ୍ଷେପ ଗ୍ରହଣ କରିଛନ୍ତି ତୁରନ୍ତ ଏକ ରିପୋର୍ଟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିବାକୁ ନିଦେ୍ର୍ଧଶ ଦେଇଥିଲେ ।
ଏହି କଂଗ୍ରେସ ପ୍ରତିନିଧି ମଣ୍ଡଳୀରେ ପଦ୍ମାକର ଗୁରୁ, ବିଂଝାରପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦାସ, ପ୍ରାକ୍ତନ ଅଧ୍ୟକ୍ଷା କନକଲତା ମଲ୍ଲିକ, ସ୍ୱାଧିନବାଳା ଦାସ, କୁସୁମ ପ୍ରଧାନ, ବିଶ୍ୱଭୂଷଣ ଦାସ, ଦୀପକ ମହାପାତ୍ର, ନରେଶ ମହାନ୍ତି, ବିଶ୍ୱଜିତ ଲେଙ୍କା, ଶ୍ରୀୟାସ୍ମିତା ପଣ୍ଡା, ମନୋଜ ସାହୁ, ଦେବୀ ପ୍ରସାଦ ବିଷୋୟୀ ପ୍ରମୁଖ ସାମିଲ ଥିଲେ