ମାଲକାନଗିରି, ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀର ଲକ୍ଷ୍ମଣପୁର ଅନୁସୂଚିତ ଜନଜାତି ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ପତ୍ରି ଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ,ଅଭିଭାବକ, ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେ଼ଇ ଏକ ସତନ୍ତ୍ର କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରିର ଏଜୁକେସନ ଏକ୍ସପୋର୍ଟର ଅଙ୍ଗଦ ଖୋସଲା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବୀରଲକ୍ଷ୍ମଣପୁର ସରପଞ୍ଚ ନୀଳକଣ୍ଠ ଝୋଲା, ସମ୍ମାନିତ ଅତିଥି ଭାବେ ମାଲକାନଗିରି ବ୍ଳକ ଶିକ୍ଷାଧିକାରୀ ରବୀନ ଧର, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଚନ୍ଦ୍ର ଅନୁଗୁ, ଦେଶିଆ ନାଟଗୁରୁ ଅନାଦି କଡା, ସି ଆର ସି ରଞ୍ଜନ ମାଳି, ପାଣ୍ଡ୍ରିପାଣି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ମଙ୍ଗରାଜ ଡୁରକା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗଦୀଶ ଶ୍ରୀଗାମ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗତରନାଥ ଜଗନ୍ନାଥ ଙ୍କ ପ୍ରତିପୂର୍ତ୍ତି ନିକଟରେ ଦୀପ ପ୍ରଜ୍ଜଳନ ପରେ ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ପରେ ପ୍ରଧାନ ଶିକ୍ଷକ ଶ୍ରୀ ପତ୍ରି ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପାଳନ କରିବା ଉଦ୍ଦେଶ୍ୟ ଉପରେ ସଂପୂର୍ଣ୍ଣ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅଭିଭାବକ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଥିବା ସରକାରୀ ସହାୟତା, ଶିକ୍ଷା ବ୍ୟବସ୍ଥାର ନୀତିନିୟମ ଉପରେ ଆଲୋଚନା କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ, ଜୀବନ କୌଶଳ ଶିକ୍ଷା, ବିଜ୍ଞାନ ସମ୍ବନ୍ଧୀୟ, ସିଲେଇ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ଭଳି ବିଭିନ୍ନ ଷ୍ଟଲ୍ ଖୋଲି ଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ନେଇ ସଚେତନ ମଧ୍ୟ କରଯାଇଥିଲା। ପାଣ୍ଡ୍ରିପାଣି ଆଶ୍ରମ ବିଦ୍ୟାଳୟ ର ଶିକ୍ଷକ ପ୍ରସନ୍ନ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Related Stories
November 23, 2024