– ଜନଗଣନା ପୂର୍ବରୁ ସରିବ ଅପଡେଟିଂ , ଖର୍ଚ୍ଚ ହେବ ୪ ହଜାର କୋଟି
ନୂଆଦିଲ୍ଲୀ – ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ପରେ କେନ୍ଦ୍ର ସରକାର ପୁଣି ଏକ ବଡ ନିଷ୍ପତି ନେଇଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଜାତୀୟ ଜନଗଣନା ପଞ୍ଜିକା(ଏନପିଆର)କୁ ମଞ୍ଜୁରୀ ମିଳିଛି । ଏନପିଆରକୁ ଅପଡେଟ କରିବା ପାଇଁ ୩,୯୪୧.୩୫ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ୨୦୨୧ ଜନଗଣନା ପାଇଁ ଖର୍ଚ୍ଚ ହେବାକୁ ଥିବା ୮,୭୫୪.୨୩ କୋଟି ଟଙ୍କା ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି ।
କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଆସନ୍ତାବର୍ଷ ଏପ୍ରିଲ୧ରୁ ସେପ୍ଟେମ୍ବର ୩୦ ଯାଏ ଏନପିଆର ଅପଡେଟିଂ କାମ ·ଲିବ । ୨୦୨୧ ଜନଗଣନା କାର୍ଯ୍ୟକ୍ରମ ହେବାକୁ ଥିବାରୁ ଏହା ପୂର୍ବରୁ ଅର୍ଥାତ ୨୦୨୦ରେ ହିଁ ଏନପିଆର ଅପଡେଟ କରାଯିବ । ୨୦୨୧ ଫେବୃଆରୀ ମାସରୁ ଜନଗଣନା କରାଯିବ ।
ଏନଆରପି ହେଉଛି ଭାରତୀୟ ନାଗରିକଙ୍କ ସରକାରୀ ଦସ୍ତାବିଜ । ୧୯୫୫ ନାଗରିକତା ଆଇନ ଅନୁଯାୟୀ, ସ୍ଥାନୀୟ, ଉପ ଜିଲ୍ଲା, ଜିଲ୍ଲା, ରାଜ୍ୟ ଓ କେନ୍ଦ୍ର ସ୍ତରରେ ଏହାକୁ ପ୍ରସ୍ତୁତ କରାଯାଏ । ଯଦି କେହି ୬ ମାସରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହୁଛି, ତା’ହେଲେ ତାଙ୍କୁ ଏନପିଆର ଜରିଆରେ ପଞ୍ଜୀକରଣ କରିବାକୁ ପଡ଼ିବ । ସେହିପରି ଯେଉଁ ସ୍ଥାନରେ ଜଣେ ବ୍ୟକ୍ତି ଆଗକୁ ୬ ମାସ ବା ତା’ଠାରୁ ଅଧିକ ସମୟ ରହିବାକୁ ·ହୁଁଛନ୍ତି, ତା’ହେଲେ ତାଙ୍କୁ ମଧ୍ୟ ଏନଆରପି କରିବାକୁ ପଡ଼ିବ ।
ଏଥିରେ ଜନସଂଖ୍ୟା ସହ ବାୟୋମେଟ୍ରିକ ତଥ୍ୟ ମଧ୍ୟ ରହିବ । ବ୍ୟକ୍ତିଙ୍କ ନାଁ, ଠିକଣା, ଶିକ୍ଷା, ପେସା ଭଳି ସୂଚନା ପଞ୍ଜୀକରଣ ହେବ । ଏନପିଆରରେ ଜଣେ ବ୍ୟକ୍ତି ବ୍ୟକ୍ତିଗତ ଭାବେ ହିଁ ନିଜର ତଥ୍ୟ ଦେବାକୁ ପଡ଼ିବ । ତେବେ ଏହା ନାଗରିକତାର ପ୍ରମାଣ ଭାବେ ବିବେଚନା ହେବନାହିଁ ।
୨୦୧୧ ଜନଗଣନା ପୂର୍ବରୁ ୨୦୧୦ରେ ଘରର ତାଲିକା ଅନୁଯାୟୀ ଏନଆରପି ପ୍ରସ୍ତୁତ କରାଯାଇଥିଲା । ୨୦୧୫ ଯାଏ ଘର ଘର ବୁଲି ଏନଆରପି ଅପଡେଟ କରାଯାଇଥିଲା । ଏହାପରେ ଉକ୍ତ ତଥ୍ୟର ଡିଜିଟାଇଜେସନ କରାଯାଇଥିଲା । ଏବେ ଆସାମ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ
ଏନପିଆର ଜରିଆରେ ୨୦୨୦ ଏପ୍ରିଲ ୧ରୁ ୩୦ ସେପ୍ଟେମ୍ବର ଯାଏ ଘର ଘର ବୁଲି ଲୋକଙ୍କ ତଥ୍ୟ ସଂଗ୍ରହ କରାଯିବ । ଦେଶର ସାଧାରଣ ବାସିନ୍ଦାଙ୍କ ତଥ୍ୟ ହାସଲ କରିବା ପାଇଁ ଏନପିଆର ଲାଗୁ କରାଯାଇଛି ।
ସୂଚନାଯୋଗ୍ୟ ୨୦୧୦ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଥମେ ଏନପିଆର ଲାଗୁ କରିଥିଲେ । ୨୦୧୧ ଜନଗଣନାକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ସ୍ୱାଧୀନତା ପରେ ୧୯୫୧ ମସିହାରେ ପ୍ରଥମଥର ପାଇଁ ଜନଗଣନା କାର୍ଯ୍ୟ କରାଯାଇଥିଲା । ସେବେଠାରୁ ୭ ଥର ଦେଶର ଜନଗଣନା ହୋଇଛି । ଶେଷଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା ।