କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ସେପ୍ଟେମ୍ବର ୨୧ ତାରିଖ ବିଶ୍ବ ଶାନ୍ତି ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଅପରାହ୍ନ ରେ ଶତାଧିକ ଛାତ୍ରଛାତ୍ରୀ ଙ୍କ ସମେତ ରୋଟାରିଆନ୍ ମାନେ ଏକ ସାଇକେଲ ଶୋଭାଯାତ୍ରାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ବାହାରି ସହର ପରିକ୍ରମା କରିଥିଲେ। ସଂଧ୍ୟାରେ ହୋଟେଲ ହଲିଡେ ପରିସରରେ ରୋଟାରୀ ଡିଷ୍ଟ୍ରିକ୍ଟସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। କ୍ଲବ ର ସଭାପତି ସନ୍ତୋଷ କୁମାର ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଶୁଭ୍ରାଂଶୁ ଶେଖର ମହାପାତ୍ର ସଂଯୋଜନା କରିଥିଲେ । ଏଥିରେ ରୋଟାରୀ ଡିଷ୍ଟ୍ରିକ୍ଟ 3262 ର ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ମୁଖ୍ୟଅତିଥି ଓ ବିପାସନା ଧ୍ୟାନ ସଂଗଠନ ର ଶିକ୍ଷକ ଚତୁର୍ଭୂଜ କର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ନିଜ ନିଜର ବକ୍ତବ୍ୟ ରେ ଅତିଥିଗଣ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଉଦ୍ୟମ ନିଜ ତରଫରୁ ହିଁ ଆରମ୍ଭ କରିବା ଆବଶ୍ୟକ ବୋଲି ପରାମର୍ଶ ପ୍ରଦାନ କରିଥିଲେ। ରୋଟାରି ଡିଷ୍ଟ୍ରିକ୍ଟ ର ଶାନ୍ତି କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ପାତ୍ର, କ୍ଲବ ଶାନ୍ତି କମିଟି ର ଅଧ୍ୟକ୍ଷ ତପନ କୁମାର ଦାଶ, ସଂପାଦକ ଜୟ ଦାସଗୁପ୍ତା ଏବଂ କ୍ଲବ ସଂପାଦକ କେଦାରନାଥ ଚୌଧୁରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବିଜୟ କୁମାର ପତି, ଅଜୟ କୁମାର ସାହା, ବଦ୍ରୀନାରାୟଣ ପାତ୍ର, କମଳେନ୍ଦୁ ଦାଶ, ଶୈଳେଶ ବେହେରା, କ୍ରିଷ୍ଣା ପାତ୍ର, ରାକେଶ ପଣ୍ଡା, ଜୀତେନ୍ଦ୍ର କୁମାର ସାହୁ, ସମୀର ଚୌଧୁରୀ ଓ ଯୁଗବ୍ରତ କର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ଶାନ୍ତି ଦିବସ ପରିପ୍ରେକ୍ଷୀ ରେ ପୂର୍ବରୁ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବା ସହ ଶାନ୍ତି ପ୍ରତିଷ୍ଠା ଦିଗରେ ନିଜନିଜ ସ୍ତରରେ କାର୍ଯ୍ୟରତ ଥିବା ଅଗ୍ରଣୀ ସାମାଜିକ କର୍ମୀ ବ୍ରଜକିଶୋର ସାହୁ, ସାମ୍ବାଦିକ ରାଜଶ୍ରୀ ସାହୁ ଏବଂ ସାମାଜିକ କର୍ମୀ ସୁଚରିତା ପାଢ଼ୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିବସ ଅବସରରେ କ୍ଲବ ପକ୍ଷରୁ ପ୍ରକାଶିତ କ୍ଲବ ମୁଖପତ୍ର ‘ନୀଳଚକ୍ର’ ର ସ୍ବତନ୍ତ୍ର ବିଶେଷାଙ୍କ ଙ୍କୁ ଅତିଥି ମାନେ ଉନ୍ମୋଚିତ କରିଥିଲେ। ଏହି ଡିଷ୍ଟ୍ରିକ୍ଟ ସ୍ତରୀୟ ଶାନ୍ତି ଦିବସ କାର୍ଯ୍ୟକ୍ରମ ରେ ଡିଷ୍ଟ୍ରିକ୍ଟ ର ବହୁ ରୋଟାରିଆନ୍ ଙ୍କ ସମେତ ପୁରୀ ରୋଟାରୀ କ୍ଲବ ର ସଂଖ୍ୟାଧିକ ରୋଟାରିଆନ୍ ସେମାନଙ୍କ ପରିବାର ସହ ଉପସ୍ଥିତ ଥିଲେ।
Related Stories
November 22, 2024