ପୁରୀ ଗୋପବନ୍ଧୁ ଆୟୁର୍ବେଦିକ କଲେଜ ଦୁର୍ନୀତିକୁ କେନ୍ଦ୍ର କରି ଆୟୁଷ ନିର୍ଦ୍ଧେଶକଙ୍କ ଅଭିଯୋଗ ସତ୍ୱେ ନୀରବତା ପଛର ରହସ୍ୟ କୁ ନେଇ ଯୁବ କଂଗ୍ରେସ ତରଫରୁ ୩ଦଫା ଦାବିପତ୍ର ପ୍ରଦାନ କରାଯାଇଛି |ଏଥିସହିତ ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ଏହି ଚପି ଯାଉଥିବା ଦୁର୍ନୀତି ବିରୋଧରେ ସମସ୍ତଙ୍କୁ ସଚେତନ କରାଉଛି |
ଗୋଟିଏ ଚିଠିରେ ୨ ଡାଏରୀ ନଂ ଖୋଲିଲା ଗୁମର – ପଦାରେ ପଡିଲା କଲେଜ ଅଧକ୍ଷ ଙ୍କ କେଳେଙ୍କାରୀ – ବାହର କଲେଜ ପିଲାଙ୍କୁ ଦେଇଥିଲେ ସୁଯୋଗ – ଚିଠି, ଡାଏରୀ ପର୍ଦାଫାଶ କରିଛି ନାମଲେଖା ପଛର ରହସ୍ୟ |
ଆୟୁଷ ନିର୍ଦ୍ଦେଶକ ଅଭିଯୋଗ ସତ୍ତ୍ବେ ନୀରବତା ପଛର ରହସ୍ୟ କୁ ନେଇ ଚର୍ଚ୍ଚା ପୁରୀ ସହରରେ ବଢିଛି | ପୁରୀ ଜ଼ିଲ୍ଲାପାଳ ଙ୍କ ଉଦେଶ୍ୟରେ ଦଳ ତରଫରୁ ୯ଦିନ ପୂର୍ବେ ଏକ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ତଦନ୍ତ ହୋଇନାହିଁ | କାହିଁକି ହୋଇନି ତାହାର ତଥ୍ୟ ପ୍ରମାଣ ଆର.ଟି.ଆଇ ଦ୍ୱାରା ମଗା ଯାଇଛି | ସୂଚନା ଅନୁସାରେ
ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଖାଲିଥିବା ସିଟ (ଟ୍ରାନ୍ସଫର ବେସିସ୍) ନାମଲେଖା ପାଇଁ କଲେଜ ଅଧ୍ୟକ୍ଷ ଆୟୁଷ ନିର୍ଦ୍ଦେଶକଙ୍କୁ ଚିଠି କରିଥିଲେ | ତତ୍କାଳୀନ ନିର୍ଦ୍ଦେଶକ ଏନେଇ ଏକ କମିଟି ଗଠନ କରିଥିଲେ | ଏହି ନାମଲେଖା କମିଟିରେ ଆୟୁଷ ନିର୍ଦ୍ଦେଶକ ଚେୟାରମ୍ୟାନ, ଯୁଗ୍ମ ନିର୍ଦ୍ଦେଶକ, ପୁରୀ ସମେତ ବଲାଙ୍ଗୀର ଓ ବ୍ରହ୍ମପୁର କଲେଜ ଅଧ୍ୟକ୍ଷ ମାନେ ଏହାର ସଦସ୍ୟ ରହିଥିଲେ | ଏହି କମିଟି ପୁରୀ କଲେଜ ରେ ୫ ଜଣଙ୍କୁ ନାମଲେଖା ସୁଯୋଗ ଦେଇଥିଲେ | ଏ ସମ୍ପର୍କ ରେ ଆୟୁଷ ନିର୍ଦ୍ଦେଶକ ଜିଏଏମ,ପୁରୀ ଅଧ୍ଯକ୍ଷଙ୍କୁ ଦେଇଥିବା ଚିଠି ନଂ ୬୦୧/୧୯।୦୧।୨୨ରେ ଉଲ୍ଲେଖ ରହିଛି | ଏହାର କଲେଜ ଡାଏରୀ ନଂ 272 ରହିଛି |
ଏହି ଚିଠି କ୍ରମାଙ୍କ(୬୦୧) କୁ ନକଲ କରାଯାଇ କଲେଜ ଆଉ ଏକ ଡାଏରୀ ନଂ 221 ୫ ପରିବର୍ତ୍ତେ 7ଜଣଙ୍କ ନାମ ଲେଖାଇଛନ୍ତି। ସେ ଦୁଇ ଜଣ ହେଲେ ଆଦ୍ୟାଶା ଦାସ ଓ ସୌମ୍ଯରଞ୍ଜନ ସାହୁ | ଏହି ଦୁଇ ଜଣ ଏସ.ଏସ.ଏନ ଆୟୁବେଦ ପାଇକମାଳ କଲେଜ ର ବୋଲି ଉଲ୍ଲେଖ ରହିଛି | ତେବେ ଉକ୍ତ କଲେଜ Web site ରେ 2020-21 ବ୍ଯାଚରେ ଏହି ଦୁଇଜଣ ଙ୍କ ନାମ ଉଲ୍ଲେଖ ନାହିଁ | ଅର୍ଥାତ ଏହି ଦୁଇ ଜଣ ସେ କଲେଜ ର ଛାତ୍ର ନୁହନ୍ତି | ଏଥିରୁ ସ୍ପଷ୍ଟ ଯେ, କଲେଜ କତୃପକ୍ଷ ଦୁଇ ଜଣ ବାହାର କଲେଜ ର ନକଲି ଛାତ୍ର ଙ୍କୁ ଡାକ୍ତରୀ ପାଠ ପଢିବା ସୁଯୋଗ ଦେଇଛନ୍ତି। ଏହାର ଠୋସ ପ୍ରମାଣ ହାତରେ ଲାଗିଛି |
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ୨୦୧୬ ଜଣେ ଛାତ୍ରୀ ବିନା ଏନଇଇଟି ରେ ପାସ କରିଥିବା ବେଳେ ୨୦୧୭-୧୮ ବ୍ଯାଚରେ ଅନୁରୁପ ଭାବେ ଦୁଇ ଜଣ ଛାତ୍ର ଜୁଲାଇ ମାସରେ ହାଉସ ସର୍ଜନ ହୋଇଛନ୍ତି |
ଏହାକୁ କେନ୍ଦ୍ର କରି ଯୁବ କଂଗ୍ରେସ ର ୩ଦଫା ଦାବିପତ୍ର ରହିଛି ଯେ
ଗୋପବନ୍ଧୁ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଙ୍କ ସମ୍ପୃକ୍ତି ସହ ଅନ୍ୟ ୨ଜଣ ପିଲା ଙ୍କ ସତ୍ୟତା କୁ ପଦାକୁ ଆଣିବା ପାଇଁ ସ୍ୱତନ୍ତ୍ର ଏକ ୫ଜଣିଆ ଟିମ ଗଠନ କରାଯାଉ ଏବଂ ଏହାର ଯାଞ୍ଚ ୫ଦିନ ମଧ୍ୟରେ କରିବାକୁ ଭିଜିଲାନ୍ସ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଉ |
ଆୟୁଷ ମନ୍ତ୍ରାଳୟ ଚିଠି ଏବଂ ପ୍ରମାଣ କୁ କେନ୍ଦ୍ର କଲେ ଏବଂ ଅନ୍ୟ କଲେଜ ର ମତ କୁ କେନ୍ଦ୍ର କଲେ ଏହା ପ୍ରମାଣିତ କି ଗୋପବନ୍ଧୁ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ନିଜେ ସମ୍ପୃକ୍ତ ଏହି ମାମଲାରେ ତାଙ୍କୁ ପ୍ରଥମେ ଅଧ୍ୟକ୍ଷ ପଦରୁ ବହିସ୍କୃତ କରିବା ସହ ଗିରଫ କରାଯାଉ |
ଆୟୁର୍ବେଦିକ କଲେଜ ର ଅଧ୍ୟକ୍ଷ ଙ୍କ ଅମଳରେ ଆଜି ପଯ୍ୟନ୍ତ ପ୍ରତ୍ୟକ ବର୍ଷ ର ଆଡ଼ମିସନ ସହ କଲେଜ ର ବାର୍ଷିକ ଅଡିଟ ରିପୋର୍ଟ ସହ ଏହି ଅଧ୍ୟକ୍ଷ ଙ୍କ ଅମଳରେ ହୋଇଥିବା ଆୟୁର୍ବେଦିକ କଲେଜ ର ସମସ୍ତ କାର୍ଯ୍ୟ ର ଯାଞ୍ଚ ଏବଂ ତାଙ୍କ ପରିବାର ର ସମ୍ପର୍କୀୟ ଙ୍କ ସହ ଅଧ୍ୟକ୍ଷ ଙ୍କ ଅଚଳାଚଳ ସମ୍ପତ୍ତି ର ଭିଜିଲାନ୍ସ ଯାଞ୍ଚ କରାଯାଉ |
ଯଦି ଆଗାମୀ ସତ (7)ଦିନ ଭିତରେ ଆମର ଦାବି ପ୍ରତି ଜ଼ିଲ୍ଲା ଭିଜିଲାନ୍ସ ଅଧିକାରୀ ପଦକ୍ଷପ ନ-ନେବ ତେବେ ଆଗାମୀ ସାତ ଦିନ ଶେଷରେ ଭିଜିଲାନ୍ସ ଅଧିକାରୀ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଘେରାଉ କରିବ ବୋଲି ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ଆଲୋକ କୁମାର ଦାଶ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି |
ଭିଜିଲାନ୍ସ ଅଫିସ ରେ ଗୋପବନ୍ଧୁ ଆୟୁର୍ବେଦିକ କଲେଜ ର ଦୁର୍ନୀତି କୁ ନେଇ ମାମଲା ରୁଜୁ କରିବା ସହ ଦାବିପତ୍ର ଯୁବ କଂଗ୍ରେସ ତରଫରୁ ପ୍ରଦାନ କରାଗଲା | ଏଥିରେ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ଆଲୋକ କୁମାର ଦାଶ, ପୁରୀ ବିଧାନସଭା ଯୁବ କଂଗ୍ରେସ ସଭାପତି ମନୋଜ ମଣ୍ଡଳ, ବିଧାନ ସଭା ଯୁବ କଂଗ୍ରେସ ଉପ-ସଭାପତି ଅନିଲ ବେଜ, ଯୁବ ନେତା ଯୁବରାଜ ସିଂ, ଜଗଦୀଶ ରାଉତ,ସୋମନାଥ ନାୟକ, ହେମନ୍ତ ପ୍ରଧାନ, ସୁମିତ ପାଲ, ଆଦିତ୍ୟ ସାମନ୍ତରାୟ ସମେତ ୯ଜଣିଆ ଯୁବ କଂଗ୍ରେସ ପ୍ରତିନିଧି ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ |ଆଗାମୀ ୭ଦିନ ପରେ ପୁନଶ୍ଚ ନାମଲେଖା ଦୁର୍ନୀତି କୁ କେନ୍ଦ୍ର କରି ଭୁବନେଶ୍ୱର ସ୍ଥିତ କ୍ରାଇମବ୍ରାଞ୍ଚ ଅଫିସ ର ଦ୍ୱାରସ୍ଥ ହେବ ଯୁବ କଂଗ୍ରେସ ବୋଲି ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି କହିଛନ୍ତି |