କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ମୁଖ୍ୟମନ୍ତ୍ରୀ ଅଭିନଵ କୃଷି ଯନ୍ତ୍ରପାତି ସମ୍ମାନ କର୍ମ ଶିବିର ଅନୁଷ୍ଠିତ ହୋଇଛି l ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡକ୍ଟର ମନୋଜ କୁମାର ମହାନ୍ତି, ନିର୍ବାହୀ ଯନ୍ତ୍ରୀ ଏସ. କେ ପରିଡା, କୃଷି ବୈଜ୍ଞାନିକ ଦୀପଶିଖା ପରମଜିତା, ଯାନ୍ତ୍ରିକ ଅଧିକାରୀ ଅବିନାଶ ସାମଲ, ସତ୍ୟବାଦୀ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ନିମାପଡା କୃଷି ଅଧିକାରୀ ବରୁଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏହି କର୍ମ ଶିବିରରେ ନିଜସ୍ୱ କୌଶଳରେ ନିର୍ମିତ ଉନ୍ନତ ଅଭିନଵ କୃଷିଯନ୍ତ୍ର ପାତି ଅଭିନଵ ପରିକଳ୍ପନା ପାଇଁ ପ୍ରତିଭାବାନ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ସମ୍ମାନ ପ୍ରଦାନ କରିବା ନିମନ୍ତେ ତୃଣମୂଳ ସ୍ତରରେ ଆଲୋଚନା କରାଯାଇଥିଲା l ଏଥିନିମନ୍ତେ ଆସନ୍ତା ଅକ୍ଟୋବର 15 ତାରିଖ 2023 ସୁଦ୍ଧା ନିଜ ବ୍ଲକ ଅନ୍ତର୍ଗତ ବ୍ଲକ ସ୍ତରୀୟ କୃଷି ଓ ସୂଚନା ପରାମର୍ଶ କେନ୍ଦ୍ରର ଡ୍ରଫ ବକ୍ସରେ ଆବେଦନ ପତ୍ର ଦାଖଲ କରିପାରିବେ l ଏହାର ଚୟନ ପ୍ରକ୍ରିୟା ଜିଲ୍ଲା ଓ ରାଜ୍ୟସ୍ତରୀୟ ବିଶେଷଜ୍ଞ ମଣ୍ଡଳୀ ଦ୍ୱାରା କରାଯିବ l ଅଭିନଵ କୃଷି ଯନ୍ତ୍ରପାତି ଓ ପରିକଳ୍ପନା ପାଇଁ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ ନିମନ୍ତେ ସ୍ଥିର କରାଯାଇଛି l ଅଭିନଵ କୃଷି ଯନ୍ତ୍ରପାତି ପାଇଁ 3 ଜଣଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଥମ ରାଜ୍ୟ ସ୍ତରୀୟ ପୁରସ୍କାର, ୩ ଜଣଙ୍କୁ ଦେଢ଼ ଲକ୍ଷ ଲେଖାଏଁ ଦ୍ଵିତୀୟ ରାଜ୍ୟ ସ୍ତରୀୟ ପୁରସ୍କାର, ତୃତୀୟ ରାଜ୍ୟସ୍ତରୀୟ ପୁରସ୍କାର ୩ ଜଣଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଏବଂ ଜିଲ୍ଲାସ୍ତରୀୟ ପୁରସ୍କାର 15 ହଜାର ଟଙ୍କା ଲେଖାଏଁ 90 ଜଣଙ୍କୁ ପ୍ରଦାନ କରାଯିବାର ସ୍ଥିର କରାଯାଇଛି l ଏଥିସହ ଜଣଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ବାବଦରେ 50 ହଜାର,ଜଣଙ୍କୁ 35 ହଜାର, ଜଣଙ୍କୁ 15 ହଜାର ଓ ଜିଲ୍ଲାସ୍ତରୀୟ 30ଜଣଙ୍କୁ 5 ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବା ପାଇଁ ଯୋଜନା ରହିଛ ।
Related Stories
November 22, 2024