
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ତରାଣ୍ଡୋ ଠାରେ କେନ୍ଦ୍ରାପଡାରେ ଆଦର୍ଶ ବିଦ୍ୟାଳୟ ପରିସରରେ ଚିତ୍ରକଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ଏହି ଉତ୍ସବକୁ ମେଜର ଭରତଚନ୍ଦ୍ର ଜେନା ଆନୁÂାନିକ ଭାବେ ଉଦ୍ଘାଟନ କରିଥବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁÂିତ ଅନୁÂିତ ହୋଇଯାଇଛି । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା ତାଙ୍କର ଅଭିଭାଷଣରେ ଛାତ୍ର ଛାତ୍ରମାନେ ବିଦ୍ୟା ଅଧ୍ୟୟନ ସହିତ ମା ଓ ମାଟିକୁ ଭଲ ପାଇବା ସହିତ ନିଜ ଜୀବନର ଲକ୍ଷ୍ୟ ହାସଲ କରିବା ସକାଶେ କଠୋର ଅଧ୍ୟବସାୟ ଓ ପରିଶ୍ରମ ଏକାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶୀନୀ ଓଝା ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଆ ଶିକ୍ଷକ ଅଭୟ କୁମାର ରାଉତ ସଭା ପରି·ଳନା କରିଥିବା ବେଳେ ହିନ୍ଦି ଶିକ୍ଷକ ସେକ୍ ନିୟାଜୁଦ୍ଧିନ, ସଂସ୍କୃତ ଶିକ୍ଷକ ଜ୍ଞାନ ରଞ୍ଜନ କର, ଗଣିତ ଶିକ୍ଷକ ପ୍ରିୟ ରଞ୍ଜନ ସ୍ୱାଇଁ, ଇତିହାସ ଶିକ୍ଷକ ଚୌଧୁରୀ ପ୍ରଭାସ ରଞ୍ଜନ ପ୍ରମୁଖ ଶିକ୍ଷକମାନେ ସହଯୋଗ କରିଥିଲେ । ଏହି ଖାଦ୍ୟ ପ୍ରଦର୍ଶନୀରେ ମୋଟ ୬୯ଟି ଷ୍ଟଲ ପଡିଥିଲା । ମୁଖ୍ୟ ଅତିଥି କଳା ପଦର୍ଶନକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ପ୍ରଦର୍ଶନୀକୁ କଳା ଶିକ୍ଷକ ପ୍ରଜ୍ଞା ବେଦବ୍ୟାସ ଓ ମହିଳା କ୍ରୀଡା ଶିକ୍ଷୟିତ୍ରୀ ଦିପ୍ତିପ୍ରଭା ସାମନ୍ତରାୟଙ୍କ ମିଳିତ ତ୍ୱାବଧାନରେ ଅନୁÂିତ ହୋଇଥରଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟାନ୍ୟ କର୍ମ·ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।