ଭୁବନେଶ୍ୱର, ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ଉତ୍କଳ ସମ୍ମିଳନୀ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଉତ୍କଳ ସମ୍ମିଳନୀ ପକ୍ଷରୁ ସମ୍ମିଳନୀର ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା କହିଛନ୍ତି ଯେ, ଓଡିଶା ବିଧାନସଭା ତଥା ଏହାର ବାଚସ୍ପତିଙ୍କ ସହିତ ଉତ୍କଳ ସମ୍ମିଳନୀର ବହୁ ନିବିଡ ସମ୍ପର୍କ ଅଛି । ଶ୍ରୀମତୀ ପ୍ରମିଳା ମଲ୍ଲିକ ଜଣେ ଅଭିଜ୍ଞତା ସମ୍ପର୍ଣ୍ଣ ତଥା ପୁରୁଖା ବିଧାୟିକା ହୋଇଥିବାରୁ ସେ ଏହି ମର୍ଯ୍ୟାଦା ଜନକ ପଦବୀର ସୁନାମ ଆହୁରି ଅଧିକ ବଢାଇବେ ବୋଲି ଉତ୍କଳ ସମ୍ମିଳନୀ ଦୃଢ ଆଶା ପୋଷଣ କରିବା ସହିତ ବିଶ୍ୱାସ ରଖିଛି ।
Related Stories
November 23, 2024
November 23, 2024
November 23, 2024