ଭୁବନେଶ୍ୱର – ରାଜଧାନୀରେ ପହଂଚିଛି ଇଜିପ୍ଟ ପିଆଜ । ନାସିକ୍ ପିଆଜ ଭଳି ଏହାର ରଙ୍ଗ ଲାଲ୍ ନୁହେଁ । ସେହିପରି ଏହା ଆକାରରେ ଅପେକ୍ଷାକୃତ ବଡ । କିଲୋପ୍ରତି ଏହାର ଦର ପାଖାପାଖି ୮୦ ଟଙ୍କା ରହିଥିବା ବେଳେ ଖୁଚୁରା ବଜାରରେ ୮୫ ଟଙ୍କାରେ ବିକ୍ରୀ ହେଉଛି । ତେବେ ଏହି ପିଆଜର ଆକାର ବେଶ୍ ବଡ଼ ହୋଇଥିବାରୁ ଖାଉଟି ଏହାକୁ କିଭଳି ଗ୍ରହଣ କରିବେ, ତାହା ଜଣାପଡ଼ିନାହିଁ । ଏମିତିକି ଗୋଟିଏ ପିଆଜ ଓଜନ ଅଧ କିଲୋଠାରୁ ଅଧିକ ରହୁଛି । ହୋଟେଲ ଭଳି ସଂସ୍ଥା ପାଇଁ ଏହି ପିଆଜ ପ୍ରତି ଆଗ୍ରହ ଦେଖାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
Related Stories
November 24, 2024
November 24, 2024