
ପୁରୀ, ରୋଟାରୀ କ୍ଲବ ଅଫ ପୁରୀ ସାଗର ପକ୍ଷରୁ କୃତୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ‘ରାଷ୍ଟ୍ର ନିର୍ମାତା ସମ୍ମାନ’ରେ ସମ୍ମାନୀତ କରାଯାଇଛି। ସ୍ଥାନୀୟ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋଟାରିଆନ୍ ତଥା ପୂର୍ବତନ ସାଂସଦ ସୁରେନ୍ଦ୍ର ଟାପୁରିଆ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ରାଷ୍ଟ୍ରନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଲବ ସଭାପତି ରାଜଦୀପ ଘୋଷ, ସମ୍ପାଦକ ହରିହର ଖୁଣ୍ଟିଆ ପରିଚାଳନା କରିଥିବା ବେଳେ କ୍ଲବର ସଦସ୍ୟ ରୋଟାରିଆନ ଯୁଧିଷ୍ଠିର ଲେଙ୍କା, ଚାର୍ଟର ସଭାପତି ଅଶୋକ ପାତ୍ର, କୃଷ୍ଣଚନ୍ଦ୍ର ସାହୁ, କେଦାର ମହାପାତ୍ର, ତୁଷାର ରାଉତ, ପ୍ରକାଶ ନାୟକ, ପ୍ରମୋଦ କୁମାର ସ୍ବାଇଁ, ଲକ୍ଷ୍ମୀକାନ୍ତ ନନ୍ଦ, ଦାମୋଦର ମହାନ୍ତି, ଚନ୍ଦନ ପାତ୍ର, ରାଜେନ୍ଦ୍ର ବେହେରା, ଅଳଙ୍କାର ନନ୍ଦ, ବିନିତ ପଟୁଆରୀ, ସନ୍ତୋଷ ପାତ୍ର, ଦିଲିପ ମହାନ୍ତି ଓ ବିକାଶ ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରୋଟାରିଆନ ଶ୍ୟାମ କାହ୍ନା ପଟ୍ଟନାୟକ ଧନ୍ୟବାଦାର୍ପଣ କରିଥିଲେ।