କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ହେରାଗୌରୀ ସାହି ସ୍ଥିତ ବୁଢୀମା ମନ୍ଦିର ପରିସରରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି l ବୈଠକରେ ମଞ୍ଚର ସଭାପତି ପ୍ରଫେସର କାର୍ତ୍ତିକ କୁମାର ଦାସ ଅଧ୍ୟକ୍ଷତା କରି କହିଲେ ଦୀର୍ଘବର୍ଷ ଧରି ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଛି ଯେ ସରକାର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସରକାରୀ ଯାଗା କାର୍ଯ୍ୟାଳୟ ଉଦେଶ୍ୟରେ ପ୍ରଦାନ କରିବା ପାଇଁ l ଏ ସମ୍ବନ୍ଧରେ ବୈଠକରେ ବିଶଦ ଆଲୋଚନା କରାଯାଇ ଖୁବ ଶୀଘ୍ର ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନିମନ୍ତେ ସ୍ଥିର ହୋଇଥିଲା l ସରକାରଙ୍କ ପକ୍ଷରୁ ମଞ୍ଚକୁ 50 ହଜାର ଟଙ୍କା ଆର୍ଥିକ ସହାୟତା ମିଳିଥିବା ନେଇ ମଞ୍ଚର ସମ୍ପାଦକ ଦେବେନ ଦାସ ପ୍ରକାଶ କରିବା ସହ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ l କାର୍ଯ୍ୟକ୍ରମରେ ଶଙ୍କର ବାରିକ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ବଟକୃଷ୍ଣ ସ୍ୱାଇଁ, ସନ୍ତୋଷ କୁମାର ମହାନ୍ତି, ଅରୁଣ କୁମାର ମହାନ୍ତି, କର୍ଣ୍ଣ ପ୍ରଧାନ, କୃଷ୍ଣ ଚାରଣ ମହାନ୍ତି, ତ୍ରିବିକ୍ରମ ମିଶ୍ର, ସୁରେନ୍ଦ୍ର ସାମନ୍ତରାୟ, କୃପାସିନ୍ଧୁ ରାଉତରାୟ, ସତ୍ୟନାରାୟଣ ମିଶ୍ର ଏବଂ ଅନ୍ୟ ସଦସ୍ୟ ମାନେ ବୈଠକରେ ଉପସ୍ଥିତ ଅଥିଲେ l ଶେଷରେ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
Related Stories
November 22, 2024