ନରସିଂହପୁର/ଭୁବନେଶ୍ୱର, ନରସିଂହପୁର ପୂର୍ବ ବନବିଭାଗ ଅଧୀନ ଚତରାପଦା ସେକ୍ସନ ପାଂଚଗୋଛିଆ ଖଳିମାଟି ଘେସେରା ଜଙ୍ଗଲ ରେ ଗୋଟିଏ ୬ ବର୍ଷର ଦନ୍ତା ହାତୀର ଗଳିତ ଶବ ଗତ ୧୮ ତାରିଖରେ ଉଦ୍ଧାର ହୋଇଥିଲା । ସ୍ଥାନୀୟ ଲୋକେ ଜଙ୍ଗଲଜାତ ଦ୍ରବ୍ୟ ପାଇଁ ଯାଇଥିବା ବେଳେ ମୃତ ଦନ୍ତା ହାତୀର ମୃତଦେହ ଦେଖିଥିଲେ । ଦନ୍ତା ହାତୀ ଟି ପ୍ରାୟ ୧୫ ଦିନ ପୂର୍ବରୁ ମରିଥିବା ମୃତ ହାତୀର ପାରିପାର୍ଶ୍ୱିକ ସ୍ଥିତି କୁ ଦେଖି ଅନୁମାନ କରାଯାଉଛି ।
ନରସିଂହପୁର ଜଙ୍ଗଲରେ ୧୬ ଟି ଦନ୍ତା ହାତୀ ମୃତ୍ୟୁ ହୋଇଥିବା ବେଳେ ଅନେକ ଶିକାରୀ ଗୁଳି ରେ ଆଉ କିଛି ରୋଗରେ ମରିଥିବା ଜଣାପଡିଛି । ଡି ଏଫ୍ ଓ ଏବଂ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ଉପସ୍ଥିତି ରେ ଶବ ବ୍ୟବଛେଦ କରଯାଇଛିା